No Result
View All Result
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତିର ଗ୍ରାମାଞ୍ଚଳ ଓ ଦୁର୍ଗମାଞ୍ଚଳରେ ଲୋକଙ୍କୁ ବସୁଧା ଯୋଜନା ପିଇବା ପାଣି ଯୋଗାଣ ପାଇଁ ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ହୋଇଛି | ହେଲେ ଟାଙ୍କି ଅଛି, ପାଇପ ଅଛି, ସବୁକିଛି କାମ ବି ସରିଛି। ହେଲେ ଦୀର୍ଘ ତିନିବର୍ଷ ହେଲାଣି ଗ୍ରାମବାସୀଙ୍କୁ କିନ୍ତୁ ପାନୀୟଜଳ ଯୋଗାଣ ହୋଇପାରୁନାହିଁ । ଘଟଣାରୁ ପ୍ରକାଶ, ନୂଆଗଡ ବ୍ଲକ ଅତରସିଙ୍ଗ ପଞ୍ଚାୟତ ସଦରମହକୁମାରେ ବସୁଧା ଯୋଜନା ଫେଲ ମାରିଛି। ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଟାଙ୍କି ଖାଲି ପଡିଛି ବୋଲି ଗ୍ରାମବାସୀମାନେ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ନିର୍ମାଣ କାମ ସରି ତିନିବର୍ଷ ହେଲାଣି, ହେଲେ ଦୁଇଦିନ ବି ପାନୀୟଜଳ ପାଇନାହାନ୍ତି ଗ୍ରାମବାସୀ ।

ଅତରସିଙ୍ଗ ଗ୍ରାମରେ ପାଖାପାଖି ୧୭୦ ପରିବାର ବସବାସ କରୁଛନ୍ତି। ନିକଟସ୍ଥ ପୋଖରୀ ଓ ଚୁଆ ସହ ଜଳଯୋଗାଣ ବିଭାଗ ଦ୍ବାରା ଖୋଳାଯାଇଥିବା ୫ଟି ନଳକୂପ ଗ୍ରାମବାସୀଙ୍କ ବ୍ୟବହାର ଉପଯୋଗୀ ନହେବାରୁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନା ହାତକୁ ନିଆଯାଇଥିଲା | ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପାଣିର କୌଣସି ଉତ୍ପତ୍ତି ନଥାଇ ଏହି ଯୋଜନା କରାଯାଇଥିଲା । ଅର୍ଥାତ ପାଣି କେଉଁଠୁ ଆସି ଏହି ଟାଙ୍କିରେ ଜମା ହେବ ସେନେଇ କୌଣସି ଯୋଜନା ହୋଇନଥିଲା। ଠିକାଦାର ନିୟମ ମୁତାବକ ୩୦ଲକ୍ଷ ଟଙ୍କା ସରକାରୀ ଅର୍ଥରେ କାମ କରିଦେଇ ଚାଲିଗଲା । ହେଲେ ଲୋକଙ୍କ ବିଶୁଦ୍ଧ ପାନୀୟ ଜଳ ମିଳିପାରିଲାନାହିଁ ।

ବସୁଧା ଟାଙ୍କି ନିକଟରେ ଥିବା ଏକ ଘରକୁ ପାଇପ ସଂଯୋଗ ନେଇଥିବା ଅନନ୍ତ ରଇତ, ଦନିତ ରଇତ, ମଙ୍ଗଳା ଗୋଲା, ହୃଦୟାନନ୍ଦ କାଟ୍ଟା, ରଞ୍ଜିତ ଗୋଲା, ନୀଳାଞ୍ଚଳ ଦୋରା, ଜବୁଲନ ଦୋରା, ସୁମନ୍ତ ଲୋହରା, ପରମ ଲୋହରା ପ୍ରମୁଖ କହନ୍ତି ଆମେ ପାଇପ ଦେଖୁଚୁ ହେଲେ ଏହି ଯୋଜନାରେ ଟୋପେ ପାଣି ଦେଖିନୁ । ଏହି ଟାଙ୍କି ଫେଲ୍ ମାରିବାରୁ ନିକଟସ୍ଥ ଏକ କୂଅରେ ମୋଟର ଲଗାଇ ଏଠାକୁ ପାଣି ଉଠାଇବାକୁ ଚେଷ୍ଟା କରାଯାଇଥିଲା । ତେବେ ବିଦ୍ୟୁତ ସରବରାହ ବାରମ୍ବାର ବ୍ୟାଘାତ ହେବାରୁ ଏଠାରୁ ମଧ୍ୟ ପାଣି ଯୋଗାଣ ହୋଇପାରିଲା ନାହିଁ। ପଞ୍ଚାୟତ ମଧ୍ୟ କାହାକୁ ପ୍ରତିଦିନ ମୋଟର ଚଳାଇବାକୁ ନିଯୁକ୍ତି ନଦେବାରୁ ଏହି କାମ ପ୍ରତି କେହି ଆଗ୍ରହ ପ୍ରକାଶ କଲେନି ଏବେ ମାଟିରେ ମିଶିବାକୁ ବସିଲାଣି ଏହି ୩୦ଲକ୍ଷ ଟଙ୍କାର ଯୋଜନା ଠିକାଦାର, ଯନ୍ତ୍ରୀ କିମ୍ବା ଗ୍ରାମବାସୀ କାହା ସ୍ବାର୍ଥ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଗଲା ସେନେଇ ଏବେ ଗ୍ରାମବାସୀଙ୍କ ସମେତ ପୂର୍ବତନ ୱାର୍ଡସଭ୍ୟା ମେରୀ ଲୋହରା ମଧ୍ୟ ଏନେଇ ପ୍ରଶ୍ନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

No Result
View All Result