• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପହିଲି ରଜ ପାଳିଲେ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Proprietor Abhimanyu Maharana by Proprietor Abhimanyu Maharana
June 15, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପହିଲି ରଜ ପାଳିଲେ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Share on FacebookShare on TwitterWhatsapp

ରାଜ୍ୟ ସଂଗ୍ରହାଳୟରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ

ଜନତାଙ୍କ ମୁଖ୍ୟମନ୍ତ୍ରୀ ଜନତାଙ୍କ ସହ ପାଳିଲେ ରଜ

କଥା ଓ କାମରେ ଓଡିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ

ଫୁଲ ଗଛରେ ପାଣି ଦେଲେ, ପୋଡପିଠା, ରଜ ପାନ ଖାଇଲେ, ପିଲାଙ୍କୁ ଦୋଳି ଖେଳାଇଲେ

ଖାଣ୍ଟି ଓଡିଆ ଘରର ପୁଅ ଭଳି ନିଜ ଅଭିଭାଷଣରେ ରଜ ପର୍ବର ଚିତ୍ର ଆଙ୍କିଲେ

ଓଡିଆ ଅସ୍ମିତା, ଅସ୍ତିତ୍ୱ ଓ ପରମ୍ପରାକୁ ଆମେ ଭୁଲିନୁ, ଆଗକୁ ଏହା ଉପରେ ଆହୁରି ଗୁରୁତ୍ୱ ଦିଆଯିବ – ମୁଖ୍ୟମନ୍ତ୍ରୀ

୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଭୁବନେଶ୍ଵର, ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ ପାଳନ କରିଥିଲେ ରଜ ମହୋତ୍ସବ। ଫୁଲ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଜଣେ ଖାଣ୍ଟି ଓଡିଆ ଘରର ପୁଅ ଭଳି ପୋଡ ପିଠା ଖାଇଥିଲେ, ରଜ ପାନ ଖାଇଥିଲେ।

ପିଲାଙ୍କୁ ଦୋଳି ମଧ୍ୟ ଖେଳାଇଥିଲେ। ସେଠାରେ ରଜ ମହୋତ୍ସବ ପାଳିବା ପାଇଁ ଉପସ୍ଥିତ ଥିବା ଯୁବକ, ଯୁବତୀ ଓ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରଜ ମହୋତ୍ସବ ହେଉଛି ଓଡିଆ ସଂସ୍କୃତି ଓ ଅସ୍ମିତାର ଗଣପର୍ବ। ନୂଆ ସରକାର ଆସିବା ପରେ ସଂସ୍କୃତି ବିଭାଗ ପକ୍ଷରୁ ରଜ ପର୍ବ ପାଳନ କରିବା ଏକ ସୁନ୍ଦର ଉଦ୍ୟମ ବୋଲି ସେ କହିଥିଲେ।

ଓଡିଆ ଘରେ ରଜ ପର୍ବ ପାଳନ ସମ୍ପର୍କରେ ବର୍ଣ୍ଣନା କରି ପୁଅ, ଝିଅମାନେ କିଭଳି ନୂଆ ବସ୍ତ୍ର ପରିଧାନ କରନ୍ତି, ସମସ୍ତେ କିପରି ମିଠା ପତ୍ରରେ ତିଆରି ରଜ ପାନର ମଜା ନିଅନ୍ତି, ମା’ମାନେ କିପରି ପୋଡ ପିଠା କରି ସମସ୍ତଙ୍କୁ ଖୁଆନ୍ତି, ଗାଁ ଗହଳିରେ କିପରି ଦୋଳି ଖେଳ ଓ ତାସ ଖେଳର ମଜା ନିଅନ୍ତି ସେ ସମ୍ପର୍କରେ ବିସ୍ତୃତ ରୂପରେଖ ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ରଜ ପର୍ବ ବିଷୟରେ ଶୁଣି ସମସ୍ତେ ଅନୁଭବ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଖାଣ୍ଟି ଓଡିଆ ଘରର ପୁଅ। ଏହାପରେ ତାଙ୍କ ନିଜ ଜନ୍ମମାଟି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କିପରି ସମସ୍ତେ ରଜ ପର୍ବରେ ସାମିଲ ହେବା ପାଇଁ ସହରରୁ ଗାଁକୁ ଯାଇଥାନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଜିଲ୍ଲାର ସହରସବୁ ଖାଲି ହୋଇଯାଏ। ସମସ୍ତେ ଗାଁକୁ ଯାଇ ରଜ ପାଳନ କରନ୍ତି ।

ସେ ପୁଣି କହିଥିଲେ ଯେ ଆପଣମାନଙ୍କ ସହିତ ରଜ ପର୍ବରେ ସାମିଲ ହୋଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏହି ରଜ ଉତ୍ସବ ପ୍ରମାଣ କରୁଛି ଯେ ଆମେ ଓଡିଆ ଅସ୍ମିତା, ଅସ୍ତିତ୍ୱ, ସଂସ୍କୃତି ଓ ପରମ୍ପରାକୁ ଭୁଲିନାହୁଁ। ସେ କହିଥିଲେ ଯେ ତାଙ୍କର ନୂଆ ସରକାର ଓଡିଆ ଅସ୍ମିତା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେଉଛି।

ଏହାକୁ ଆଗାମୀ ଦିନରେ ଆହୁରି ଉଜ୍ଜିବୀତ କରାଯିବ ବୋଲି ସେ କହିଥିଲେ। ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ତୈଳଚିତ୍ରରେ ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡିଆ ଅସ୍ମିତା ଓ ସଂସ୍କୃତିର ଏହି ଗଣପର୍ବକୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଯେପରି ଚିତାକର୍ଷକ ଭାବରେ ଆୟୋଜନ କରାଯାଇଛି ସେଥିପାଇଁ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

ସଂସ୍କୃତି ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଜନଜାତି ଜୀବନ ଶୈଳି ଉପରେ ଆଧାରିତ ‘Soul of the Soil’ ନାମକ ଏକ କଫି ଟେବୁଲ୍ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟ ପରିସରରେ ପିଲାମାନଙ୍କ ପାଇଁ ଏକ ଯନ୍ତ୍ରଚାଳିତ ଡାଇନୋସର ପ୍ରତିମୂର୍ତ୍ତୀକୁ ସୁଇଚ୍ ଟିପି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ଗୋଟିପୁଅ, ସମ୍ବଲପୁରୀ ଓ ଓଡିଶୀ ନୃତ୍ୟକୁ ଦେଖିଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଜନତା ଦେଲେ ସମ୍ବର୍ଦ୍ଧନା, ପିଲାଙ୍କ ଠାରୁ ଫୁଲ ନେଲେ, ସେଲ୍‌ଫି ଉଠାଇଲେ ସଂଗ୍ରହାଳୟକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସ୍ଥାନେ ସ୍ଥାନେ ଗାଡି ଅଟକାଇ ସେ ପିଲାଙ୍କ ଠାରୁ ଫୁଲ ତୋଡା ଗ୍ରହଣ କରିଥିଲେ। ପିଲାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଜଣେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସେ ଯେଉଁଭଳି ସରଳ ଭାବରେ ସମସ୍ତଙ୍କ ସହ ମିଶୁଛନ୍ତି, କଥା ହେଉଛନ୍ତି, ସୁଖଦୁଃଖ ଶୁଣୁଛନ୍ତି, ଏହାଦ୍ୱାରା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଗଢିଉଠୁଥିବା ତାଙ୍କ ପରିଚୟ ଆହୁରି ସୁଦୃଢ ହେଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version