No Result
View All Result

୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣ କାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି
(ଗତକାଲି ତିନି ରଥର ଚାରି ନାହାକା ଗୁଡ଼ିକର ଅଗ ଓ ମୂଳ ସାଲ ସହ ତିନି ରଥର ମୋଟ ୨୫ ଗୋଟି ଦଣ୍ଡା ର ନିର୍ମାଣ ଶେଷ ହୋଇ ଦଣ୍ଡା ଗୁଡ଼ିକର ଦୁଇ ମୁଖ ସାଲ କାର୍ଯ୍ୟ ଶେଷ ହୋଇଥିଲା…)

ତିନି ରଥର ଚେଚିସ୍ ବା ଦଣ୍ଡା ପ୍ରେମ ପ୍ରସ୍ତୁତି ଶେଷ
ଆଜି ତିନିରଥ ର ପାଞ୍ଚ ଦଣ୍ଡା ରେ ମୁହାଁଟି ସଂଯୋଗ ପରେ ଆଗ ଓ ପଛ ନିରାଡ଼ି ଉଠି ପାର୍ଶ୍ୱ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ଵ ନିରାଡି ପଡ଼ିଛି, ଏହାର ଆଗ ଆଣି ମୁହାଁଟ ରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ଆଣି ମୁହାଁଟ ରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ବିରାଡ଼ି ସଂଯୋଗ ହୋଇ ଦଣ୍ଡାଫ୍ରେମ୍ ପ୍ରସ୍ତୁତି ଶେଷ ହୋଇଛି। ଏହି ଦଣ୍ଡା ପ୍ରେମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣା ମାନଙ୍କ ତତ୍ତ୍ୱାବଧାନରେ ସହିଯୋଗୀ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଛି।
*ତିନିରଥ ର ଆଗ ଆଣି ପଛ ଆଣି ଢ଼ମକ ଚଉପଟ ଶେଷ।
*ତାଳଧ୍ଵଜ ରଥ ଏବଂ ନନ୍ଦି ଘୋଷ ରଥର ଦୁଇଟି ଲେଖାଏଁ ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ।
*ତିନି ରଥର ଚାରୋଟି ଲେଖାଏଁ ୧୪ ନାହାକା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।
*ତିନି ରଥର ମହାରଣା ସେବକ ମାନେ ଆଜି ତିନି ରଥ ପାଇଁ ଆଠଟି ଲେଖାଏଁ ୨୪ ଟି ନାଟ ଗୋଡ଼ ପ୍ରସ୍ତୁତ କରି, ସେଥିରେ ରାହୁ ରୂପ ଖୋଦେଇ ପାଇଁ ରୂପକାର ସେବକ ମାନଙ୍କୁ ଯୋଗାଇ ଦେଇଛନ୍ତି ।

*ରୂପକାର ସେବକ ମାନେ ତିନି ରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ସହ ଆଜି ତିନି ରଥ ଚାରି ଦୁଆର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଆରମ୍ଭ କରୁଛନ୍ତି।
*ଦର୍ପ ଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତୀ ସେବକ ମାନେ ଜାରୀ ରଖିଛନ୍ତି।
*ଦୋଳ ବେଦୀ ଠାରେ ପାହି ମହାରଣା ମାନେ ରଥରେ ପୂଜାର୍ଚ୍ଚନା ପାଇଁ ବେଶ ଘୋଡିଆ ଏବଂ ଫୁଲ ଚାଙ୍ଗଡ଼ା ପ୍ରେମ ପ୍ରସ୍ତୁତ କରୁଛନ୍ତି।
*ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଯୋକା କଣ୍ଟା, ଗୟଳ କଣ୍ଟା ଏବଂ ପୋଟଳ ପାଇଁ ଵାଗିଆ କଣ୍ଟା ସହ ଚାରି ବାହାକାରେ ବଟନ ବାଡିଆ ପାଇଁ ଚଣାକ କଣ୍ଟା ପ୍ରସ୍ତୁତ କରୁଛନ୍ତି।

ତା୧୩.୬.୨୦୨୪,ଗୁରୁବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୪ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) – ୧ ମୋଟ – ୨୦୨ ଜଣ

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

No Result
View All Result