୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟସ୍ଥ କାଠଯୋଡ଼ି ନଦୀ ପଠାର ଏକ ନିଛାଟିଆ ସ୍ଥାନରେ ଜବତ ବମକୁ ନିଷ୍କ୍ରିୟ କରିବା ସମୟରେ ହଠାତ ଫୁଟି ଯିବାରୁ ବମ ସ୍କାର୍ଡ଼ର ଜଣେ ହାବିଲଦାର ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ହାବିଲଦାରଙ୍କ ନାମ ପ୍ରଦିପ କୁମାର ମଲ୍ଲିକ । ତାଙ୍କ ଘର ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଅଞ୍ଚଳରେ ।
ପ୍ରଦିପ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଶୁକ୍ରବାର ଦିନ ୧୧ଟା ସମୟରେ ଜବତ ହୋଇଥିବା କିଛି ବମକୁ ଆଣି ଗୋପାଳପୁର ନିକଟସ୍ଥ କାଠଯୋଡ଼ି ନଦୀର ନିଛାଟିଆ ସ୍ଥାନୀୟ ନିଷ୍କ୍ରିୟ କରିବା ସମୟରେ ହଠାତ ବିଷଫୋରଣ ଘଟିଥିଲା । ଏହି ଖବର ପାଇ ଘଟଣା ସ୍ଥଳର କିଛି ଦୂରରେ ଲୋକଙ୍କ ଭିଡ଼ ଜମିଥିଲା ।
ଏଭଳି ଅଭାବନୀୟ ଘଟଣାର ଖବରପାଇ କଟକ ଏଡିସିପି ଅନିଲ ମିଶ୍ର, ଏଡିସିପି ଦେବଦତ୍ତ କର , କଟକ ସଦର ଥାନା ଅତିରିକ୍ତ ଆଇଆଇସି ଆର କେ ସେଠୀ, ଯୋନ-୪- ଏସିପି ଉମାକାନ୍ତ ପ୍ରଧାନ ,ସଦରଥାନା ଏସଆଇ ବିକ୍ରମ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ହାବିଲଦାରକୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

© 2023 Odisha Taza News.