No Result
View All Result
୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ବିଧାୟକ ଭାବେ ନବ ନିର୍ବାଚିତ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସିଏମସି ୫୬ ନମ୍ବର ୱ।ର୍ଡ଼ର ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ୱ।ର୍ଡ଼ର ପୂର୍ବତନ ବିଜେପି ସଭାପତି ସରୋଜ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବିଜେପି ବିଧାୟକ ଶ୍ରୀ ସେଠୀଙ୍କୁ ସାକ୍ଷାତ କରିବା ସହିତ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ବାଉରୀ ବନ୍ଧୁ ଜେନା, ବାବି ପଟ୍ଟନାୟକ , ମୃତ୍ୟୁକୁଜଂୟ ନାୟକ, ବିଜୟ ପୃଷ୍ଟି ,ଲିପୁନ ଲେଙ୍କା,ମୁନା ବେହେରା, ପଦ ବେହେରା ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ସମ୍ବର୍ଦ୍ଧନା ଜଣାଇବା ସହିତ ୱ।ର୍ଡ଼ରେ ବାକି ରହିଥିବା କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ।

No Result
View All Result