No Result
View All Result
୧୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> BSKY ଚାଲୁ ରହିଛି : ସ୍ୱାସ୍ଥ୍ୟ ବିଭାଗ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY ) କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା । BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଚିକିତ୍ସା ବାବଦକୁ ହସ୍ପିଟାଲ୍ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି ଝଐଇଝ ମାଧ୍ୟମରେ ଅର୍ଥ ପାଇବେ । ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ୍ଗୁଡ଼ିକୁ କହିଛନ୍ତି ।

ରାଜ୍ୟରେ BSKY ଚାଲୁ ରହିଛି ବୋଲି ମୁଖ୍ୟ ସଚିବ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, BSKY ଚାଲୁ ରହିଛି । ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି । BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେନାହିଁ କି ଡିସ୍?ଚାର୍ଜ କରିପାରିବେନି ।କି ଛି ଅସୁବିଧା ହେଲେ ହିତାଧିକାରୀମାନେ ହେଲ୍ପଲାଇନ୍ ନମ୍ବରରେ ଜଣାଇ ପାରିବେ । କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପକ୍ଷରେ BSKY ଦ୍ୱନ୍ଦ୍ୱ ପାଇଁ ସରକାରଙ୍କୁ ଦାୟୀ କରିଛି ଘରୋଇ ହସ୍ପିଟାଲ ସଂଘ । ସଂଘ କହିଛି, ବିଳମ୍ବରେ ଆସିଥିବା ସ୍ପଷ୍ଟୀକରଣ ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା କାର୍ଡ ବକେୟା ପାଇଁ ସଂଘ କୋର୍ଟ ଯାଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା କାର୍ଡ ବକେୟା ପାଇଁ ସଂଘ କୋର୍ଟ ଯାଇଛି । ଏବେ ସରକାର ପରିବର୍ତ୍ତନ ହେବା ପରେ ବକେୟା ନେଇ ଆଶଙ୍କା ହେଲା । ସେହି ଆଶଙ୍କା ପାଇଁ କିଛି ହସ୍ପିଟାଲ କାର୍ଡ ଫେରାଇ ଦେଇଥିଲେ । ଏବେ କେବଳ ଘୋଷଣା ନୁହେଁ, ଲିଖିତ ପ୍ରତିଶ୍ରୁତି ଦେବା ଆବଶ୍ୟକ । ରାଜ୍ୟରେ ସରକାର ବଦଳୁଥିବା ଦେଖି ଈଝକଣ କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ । ଗଣମାଧ୍ୟମରେ ଏଭଳି ଖବର ଆସିଥିଲା । ସୋଶାଲ ମିଡିଆରେ ଏହାକୁ ନେଇ ଅନେକ ଖବର ଆସିଥିଲା ।

ଫଳରେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଧାରଣା ସୃଷ୍ଟି ହୋଇଯାଇଥିଲା ଯେ BSKY ବନ୍ଦ ହୋଇଗଲା । ଅପରପକ୍ଷେ ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଡ଼ା ପ୍ରତିକ୍ରିୟା ରଖି କହିଥିଲେ, କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳା ସାମାଜିକ ଅପରାଧ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା । ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । BSKY କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ସେ କହିଥିଲେ । ଶ୍ରୀ ସାମଲଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଈଝକଣ ନେଇ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

No Result
View All Result