୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ଶିକ୍ଷାବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କାର୍ଯ୍ୟlଳୟଠାରେ ବିଦ୍ୟାଭlରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଓ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ଉପସଭାପତିଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ସନ୍ଧ୍ୟା 7 ଘ ସମୟରେ ସଂକୁଳସ୍ତରୀୟ ସାମୁହିକ କାର୍ଯ୍ୟଶାଳା -2024″ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟଶାଳାରେ ମୁଖ୍ୟ ଅତିଥିଭାବେ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ରବିନାରାୟଣ ପାଣିଗ୍ରାହୀ ,

ମୁଖ୍ୟବକ୍ତାଭାବେ ରାଜସୁନାଖଳା ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ, ରାଜସୁନାଖଳାସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ପରିଚାଳନା କମିଟିର ସମ୍ପାଦକ କବି କେତନ ଗୌର ଚରଣ ସାମନ୍ତସିଂହlର ପ୍ରମୁଖ ଯୋଗଦେଇ ମା’ ଭାରତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ସରସ୍ବତୀ ବିଦ୍ୟା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରlସ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳାରେ ମୋଟ 10 ଟି ବିଦ୍ୟାଳୟର 110 ଜଣ ଗୁରୁଜୀ ଗୁରୁମା ଆଜିଠାରୁ ତା 10/06/24 ରିଖ ପର୍ଯ୍ୟନ୍ତ ରହି ପ୍ରଶିକ୍ଷଣ ନେବେ l

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ରାଜ ସୁନାଖଳାରେ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜନ କରାଯାଇଛି l ଏହି ପ୍ରଶିକ୍ଷଣ ନେଇ ପ୍ରତ୍ୟକ ଗୁରୁଜୀ ଗୁରୁମା ନିଜ ନିଜ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ସଂସ୍କୃତି ସମ୍ପର୍ଣ୍ଣ, ଦେଶପ୍ରେମୀ, ସଚୋଟ ଓ ଭାତୃତ୍ୱ ଭାବରେ ପରିପୂର୍ଣ୍ଣ କରି ଆଦର୍ଶ ଛାତ୍ର ନିର୍ମାଣ କରିବା ଏକାନ୍ତ ଲକ୍ଷ୍ୟ l ଦେଶକୁ ସୁସଙ୍ଗଠିତ କରି ଗଢି ତୋଳିବାରେ ଗୁରୁଜୀ ଗୁରୁମା ଭୂମିକା ସମ୍ବଦ୍ଧରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରଖିଥିଲେ,! କାର୍ଯ୍ୟଶଳର ଉଦ୍ଘାଟନୀ ସଭାରେ ସମ୍ପାଦକ ଶ୍ରୀ ସାମନ୍ତ ସିଂହାର ” ଆଚାର୍ଯ୍ୟ /ଆଚାର୍ଯ୍ୟାମାନେ ଦେଶ ବିକାଶର ଚାବିକାଠି ଓ ଭାରତର ସ୍ଵ “ସମ୍ବନ୍ଧୀୟ ଦେଇଥିବା ବକ୍ତବ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଦେଇଥିଲା l

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଶ୍ରୀକାନ୍ତ ନାୟକ, ସହ ସମ୍ପାଦକ ଯାଦୁନାଥ ପ୍ରସାଦ ସାମନ୍ତରାୟ, କୋଷାଧକ୍ଷ ଶ୍ରୀ ମାନସ କୁମାର ସାହୁ, ଓ ସଦସ୍ୟl ରିତାଞ୍ଜଳୀ ସେଠି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି କାର୍ଯ୍ୟକ୍ରମ ସଫଳ ପାଇଁ ପରିଚାଳନା କରିଥିଲେ !lପରିଶେଷରେ ବିଦ୍ୟାଳୟର ସଦସ୍ୟା ସସ୍ମିତା ମହାପାତ୍ର ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l















