୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବନସ୍ତେ ଡ଼କିଲା ଗଜ , ବରଷ କେ ଥରେ ଆସିଛି ରଜ… ହଁ ବଂଧୁ ପୁଣି ବର୍ଷକ ପରେ ରଜ ଆସିଛି ସତ , ହେଲେ ବନସ୍ତରେ ଆଉ ଗଜର ଡାକ ଶୁଭୁନି । ଶୁଭିବ ବା କେମିତି , ହାତୀ ଆଉ ମଣିଷର ଲଢ଼େଇ ରେ ବଳୀ ପଡୁଛି ଗଜରାଜ୍ । ହାତୀ କଂ ପାଇଁ ବିପଦ ସାଜିଛି ଭଦ୍ର ସମାଜ , ଗଜରାଜ୍ ର ଘରେ ରାଜ୍ କରୁଛି ମଣିଷ , କମି କମି ଯାଉଛି ଜଂଗଲ , ଅସୁରକ୍ଷିତ ହୋଇଯାଉଛି ଗଜରାଜ୍ ।

ଦଶପଲ୍ଲାର ଘୋର୍ ଜଂଗଲ ମଧ୍ୟରେ ଥିବା ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳ ରେ ବାସ କରନ୍ତି , ଶତାଧିକ ଗଜରାଜ୍ । ଋତୁ ଅନୁସାରେ ଏହି ଗଜରାଜ୍ ମାନେ , ଘୁମୁସର ବନାଂଚଳ କୁ ମଧ୍ୟ ଯାତାୟାତ କରିଥାନ୍ତି । ଗଜରାଜ୍ କଂର ସୁରକ୍ଷିତ ଯିବା ଆସିବା ପାଇଁ ନୟାଗଡ଼ ଜିଲ୍ଲା , ଦଶପଲ୍ଲା ବନାଂଚଳ ର ବୁଗୁଡା କଲୋନୀ ନିକଟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନବିଭାଗ ନିର୍ମାଣ କରିଥିଲା ହାତୀ ଚଲାପଥ ରାସ୍ତା ।

କିନ୍ତୁ ବନବିଭାଗ ର ଉଦାସୀନତା କାରଣରୁ ଧ୍ବଂସ ହେବାକୁ ବସିଲାଣି ହାତୀ କରିଡ଼ର୍ , ହାତୀ ଚଲାପଥ ରାସ୍ତା ଏବେ ହାତୀ କଂ ପାଇଁ ପାଲଟିଛି ମରଣ ଯନ୍ତା । କେବଳ ଫଳକ ମାରି , ନିଜ ଦାୟିତ୍ୱ ତୁଲାଇ ଦେଉଛି ବନବିଭାଗ । ସୁରକ୍ଷିତ ବାଡ ଓ ଘଂଚ ଜଂଗଲ ନ ଥିବାରୁ ,ପାର୍ଶ୍ବବର୍ତ୍ତୀ ଆଦିବାସୀ ଗ୍ରାମ ମାନଙ୍କରେ , ହାତୀପଲ ପଶି ବହୁ କ୍ଷୟକ୍ଷତି କରୁଥିବାର ଆଭିଯୋଗ କରୁଛନ୍ତି ଗ୍ରାମବାସୀ ।















