୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ପକ୍ଷରୁ ପଟେରୁ ନସରି ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଦିନକୁ ଦିନ ପୃଥିବୀ ପୃଷ୍ଠରେ ବର୍ଦ୍ଧିତ ତାପମାତ୍ରା ଯୋଗୁଁ ପରିବେଶ ପ୍ରଦୂଷଣର ମୃଖ୍ୟ ଭୂମିକା ରହିଥିଲା ବେଳେ ଆଗାମୀ ଦିନରେ କିଭଳି ଏହାକୁ ରୋକାଯିଵା ସହ ପ୍ରାକୃତିକ ପରିବେଶର ପୁନରୁଦ୍ଧାର କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ସର୍ବପ୍ରଥମେ କାଲିମେଳା ଵନପାଳ ଟୁକୁନା ବରାଡ ମଞ୍ଚ ପରିଚାଳନା ପୂର୍ବକ ଅତିଥି , ବକ୍ତା ଓ ପରିବେଶବିତ୍ ଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ ।
ସର୍ବପ୍ରଥମେ ପଡ଼ିଆ ବନପାନ ଫକୀର ଚରଣ ମହାଳି ସ୍ବାଗତ ଭାଷଣ ଦେବା ସହ ମନୁଷ୍ୟ ଜୀବନରେ ପରିବେଶ ଆବଶ୍ୟକ ବିଷୟରେ କାର୍ଯ୍ୟକ୍ରମରେ ମତ ରଖିଥିଲେ । ପରେ ପରେ ସହଯୋଗୀ ଏନଜିଓ ଟିମ୍ ଲିଡର ଶ୍ରୀନିବାସ ପାତ୍ର ବିଶ୍ବ ପରିବେଶ ଦିବସର ଭୂମିକା ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ ପରିବେଶର ପତନ ଯୋଗୁଁ କିପରି ପ୍ରାଣିଜଗତ ଧ୍ବଂସାଭିମୁଖୀ ଆଡ଼କୁବଢୁଛି ତାହା ବିସ୍ତୃତ ଭାବରେ ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ମୁଖ୍ୟଙ୍କୁ ବୁଝାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମାନ୍ଦାପାଲି ସରପଞ୍ଚ ନିଜ ଭାଷାମଧ୍ୟରେ ଅଭିଭାଷଣ ରଖିଥିଲେ । ଆଜିର ଏହି ବୈଠକରେ କାଳିମେଳା ବନାଞ୍ଚଳ ଅଧିକାରୀ ଟଙ୍କଧର ଦାସ, ମାନ୍ଦାପାଲି ସରପଞ୍ଚ ଇନ୍ଦ୍ରଜିତ ମାଡକାମି , ପଟେରୁ ବନପାଳ ସୁଶାନ୍ତ ସିଂ, ପି ଏନଜିଓ ଟିମ୍ ଲିଡର ଶ୍ରୀନିବାସ ପାତ୍ର, ଡିଓ ଏନ୍ ରବି କୁମାର ସମେତ କାଳିମେଳା ବନାଞ୍ଚଳର ସମସ୍ତ ବନପାଳ ଓ ବନରକ୍ଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।














