୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଅନ୍ତର୍ଗତ ଇଟାମାଟି ଥାନା ଅଞ୍ଚଳରେ ଅଘଟଣ । ନଦୀରେ ବୁଡି ଭାଇ ଭଉଣୀ ମୃତ୍ୟୁ । ଏଭଳି ଅଘଟଣ ଇଟାମାଟି ଥାନା ବାଉଁଶିଆପଡା ଗାଁ ରେ । ଗାଁର ଦୁତିକୃଷ୍ଣ ସେଠୀ ଙ୍କ ପୁଅ ଝିଅ ଓ ଗାଁ ଅନ୍ୟ ଏକ ନାବାଳକ ପୁଅ ସହ ମିଶି ନିକଟସ୍ଥ କୁସୁମୀ ନଦୀ କୁ ଗାଧେଇବା କୁ ଯାଇଥୁଲେ । ଗାଧେଇବା ବେଳେ ନଦୀ ମଧ୍ୟ ଥିବା ଗାତ ରେ ଭାଇ ଭଉଣୀ ବୁଡି ଯାଇଥିଲେ ।

ସାଙ୍ଗରେ ଥିବା ପୁଅ ପାଟିକରି ଡାକିଥିଲା । ସଂଗେ ସଂଗେ ଗ୍ରାମବାସୀ ମାନେ ଶିଶୁ ଦ୍ବୟକୁଂ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ , ହେଲେ ଡାକ୍ତର ତାକୁଂ ମୃତ ଘୋଷଣା କରିଛନ୍ତି । ଇଟାମାଟି ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଉକ୍ତ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।














