୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ର ଭୋଟ ଗଣତି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି । କନ୍ଧମାଳ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସର୍ବାଧିକ ୪ ଲକ୍ଷ ୧୬ ହଜାର ୪୧୫ ଟି ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୩ ଲକ୍ଷ ୯୫ ହଜାର ୪୪ ଖଣ୍ଡ ଭୋଟ ପାଇଛନ୍ତି ।
ବିଜେପି ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୨୧ ହଜାର ୩୭୧ ଟି ଅଧିକ ଭୋଟ ପାଇ କନ୍ଧମାଳ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ କନ୍ଧମାଳ ଲୋକସଭା ଆସନରେ ବିଜେପି ଦଳ ପ୍ରଥମ ଥର ପାଇଁ ଖାତା ଖୋଲିବାରେ ସକ୍ଷମ ହୋଇଛି । କଂଗ୍ରେସ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ୧ ଲକ୍ଷ ୪୪ ହଜାର ୩୨୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ମାନସ ଲୋକଶକ୍ତି ଦଳର ପ୍ରାର୍ଥୀ ଭାଗିରଥି ବଳିଆରସିଂ ୭୩୩୦ଟି ,
ସ୍ୱାଧୀନପାର୍ଥୀ କନକ ମଞ୍ଜରୀ ରଥ ୫୨୦୫ଟି, ବହୁଜନ ସମାଜ ପାଟି ପ୍ରାର୍ଥୀ ୫୧୩୭ଟି ଭୋଟ , ନେସନାଲ୍ ଜନତା ଦଳର ପାର୍ଥୀ ସୁବାଷ ମହାପାତ୍ର ୪୧୩୭ଟି ଏବଂ କଳିଙ୍ଗସେନାର ପ୍ରାର୍ଥୀ ପର୍ଶୁରାମ ପ୍ରଧାନ ୨ ହଜାର ୭୮୧ ଟି ଭୋଟ ପାଇଛନ୍ତି । କନ୍ଧମାଳ ଜିଲାର ତିନୋଟି ନିର୍ବାଚନ ମଣ୍ଡଳୀ ଫୁଲବାଣୀ , ବାଲିଗୁଡ଼ା , ଜି.ଉଦୟଗିରି ସମତେ ଭଞ୍ଜନଗର , ଦଶପଲ୍ଳା , ବୌଦ୍ଧ ଏବଂ କଣ୍ଟାମାଳ ନିର୍ବାଚନ ମଣ୍ଡଳିକୁ ନେଇ ଗଠିତ କନ୍ଧମାଳ ଲୋକସଭା ଆସନରେ ୧୫ ହଜାର ୭୨୦ଜଣ ଭୋଟ ନୋଟାରେ ଭୋଟ ଦେଇଛନ୍ତି ।














