ରଣପୁର ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଛନ୍ତି : ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ
୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ । ନିଜର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ପ୍ରାୟ ୧୫,୫୪୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ସୁରମା ସୁରମାଙ୍କୁ ୮୧,୪୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ସତ୍ୟନାରାୟଣଙ୍କୁ ମିଳିଛି ୬୫,୮୯୫ ଭୋଟ ବିଜୟ ପରେ ବିଜେପି କାର୍ଯ୍ୟାଳୟ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି ।
ଲଗାତର ଭାବେ ତିନିଥର ରଣପୁର ନିର୍ବାଚନମଣ୍ଡଳୀରୁ ହାରିଥିବା ଶ୍ରୀମତୀ ପାଢ଼ୀ, ଚଳିତ ନିର୍ବାଚନରେ ବିଜୟୀ ହୋଇଥିବାରୁ ଜନାଦେଶକୁ ଉଚ୍ଚ ପ୍ରଶଂସା କରିବା ସହ ସମଗ୍ର ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଅପରପକ୍ଷେ, ନିର୍ବାଚନ ରଣନୀତିରେ କିଛି ତ୍ରୁଟି ରହିଯାଇଥିବାରୁ ଏଭଳି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା ବୌଲି ପରାଜିତ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ହସୁଛି ସୁରମା କାନ୍ଦୁଛି ବାଦଲ . ବିଧାୟକ ପ୍ରାର୍ଥୀଙ୍କ ବିଜୟ ହୋଇଛି ବୋଲି ଜିଲ୍ଲା ବିଜେପି ସଭାପତି ତଥା ରଣପୁର ନିର୍ବାଚନମଣ୍ଡଳୀ ବିଧାନସଭା ପାଇଁ ବିଜେପିରୁ ପ୍ରାଥମିକ ।
















