୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ୨୮୪୩ ଖଣ୍ଡ ଭୋଟରେ ପରାଜୟ କରି ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଶ୍ରୀ ସେଠୀ ବିଜୟୀ ହେବା ଜଣା ପଡିବା ପରେ କଟକ ସଦର ନିର୍ବାଚନ ମଣ୍ଡଳର ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ମାହଲ ଖେଳିଯାଇଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ବାଜା ବଜାଇ ବାଣଫୁଟାଇ ପରସ୍ପର ମଧ୍ୟରେ ମିଠା ଖୁଆଖାଇ ହେଉଥିବା ଦେଖିବାକୁ ମିଳିଥିଲା । କଟକସଦର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀମାନେ ଲଗାଥର ତିନିଥର ବିଜୟ ଲାଭ କରିଆସିଛି ।

ଏଥର ଭୋଟର ମାନେ ନିରବ ରହିବା ସହିତ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିଛନ୍ତି । ବିଜେଡି ସରକାର ବହୁ ଯୋଜନା କରିଥିଲେ ମଧ୍ୟ ସେ ସବୁକୁ ଭୁଲି ରାଜ୍ୟରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି । ବିଜେପି ଦଳ ମ୍ୟାଜିକ ସଂଖ୍ୟା ଆଣି ସରକାର କରିବ ଏକଥାକୁ କେହି ବିଶ୍ୱାସ କରି ପାରିନଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଭିକେ ପାଣ୍ଡିଆନଙ୍କ ଏକ ଛତ୍ରବାଦ କାର୍ଯ୍ୟ କଳାପ ସାଙ୍ଗକୁ ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ନେତା ଏବଂ କୁଜି ନେତାଙ୍କ ଦବଙ୍ଗ ଗିରିକୁ ସାଧାରଣ ଲୋକେ ସହ୍ୟ କରିନପାରି ଏଭଳି ଅଭୁତ ପୂର୍ବ ନିଷ୍ପତ୍ତି ନେଲେ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।

କଟକ ସଦର ବିଧାନସଭା ଆସନରେ ବିଜେଡି ଦଳର ଗାଁ ଗହଳିରେ ଥିବା କୁଜି ନେତାଙ୍କ କାର୍ଯ୍ୟ କଳାପ ଦିନକୁ ଦିନ ବୃଦ୍ଧି ପାଇବା ସହିତ ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଇବା ଘଟଣା ଏଥର ମହଙ୍ଗା ପଡିଲା ବୋଲି ସାଧାରଣ ଭୋଟର ମାନେ କହୁଛନ୍ତି । ଏହିପରି କାର୍ଯ୍ୟ ଯିଏ କରିବ ସେମାନଙ୍କ ଅବସ୍ତା ପରବର୍ତ୍ତୀ ସମୟରେ ଘଟିବ ବୋଲି ଚର୍ଚ୍ଚା ହେଉଛି । ବିଜେପିର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କ ବିଜୟ ଅବସରରେ ଫୁଲନଖରା ଛକ ଏବଂ ବିଭିନ୍ନ ଗ୍ରାମରେ ବିଜେପି କର୍ମୀମାନେ ବାଜା ବଜାଇ ବାଣଫୁଟାଇ ପରସ୍ପର ମଧ୍ୟରେ ମିଠା ଖୁଆଖାଇ ହୋଇଥିଲେ ।

ଏହି ଖୁସି ପର୍ବରେ ସାମିଲ ହୋଇଥିଲେ ୫୯ ନମ୍ବର ୱ।ର୍ଡ଼ର ବିଜେପି କର୍ପୋରେଟର ମମତା ମହାନ୍ତି, କଟକ ନଗର ବିଜେପି ର ଉପସଭାପତି ସ୍ୱାଧୀନ ଚେତା ମହାନ୍ତି , କିଶୋର ପଟ୍ଟନାୟକ, ବଦ୍ରିନାରାୟଣ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ରିଙ୍କୁ ବରାଳ, ଉତ୍ତମ କୁମାର ମହାନ୍ତି, ସନ୍ତୋଷ ମହାନ୍ତି, ଅନିଲ କୁମାର ମହାନ୍ତି, ପ୍ରମୁଖ ବହୁ ବିଜେପି କର୍ମୀମାନେ ।















