୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରବିବାର ରାତି ୧୦ଟାରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ କଟକ ସଦର ବ୍ଲକ ଆମଣ ପଞ୍ଚାୟତ ଶାସୋଳ ଗ୍ରାମର ରଞ୍ଜନ ମାଝୀ ନାମକ ଜଣେ ୪୦ ବର୍ଷ ଯୁବକର ମୃତ୍ୟୁ ଘଟିଛି । ରଞ୍ଜନ ନିଜ ଘରୁ ଆଉ ଗୋଟିଏ ଘରକୁ ଯାଉଥିଲା ବେଳେ ବଜ୍ରପାତର ଶୀକାର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ ।

ସେଠାରେ ଡ଼ାକ୍ତର ରଞ୍ଜନକୁ ମୃତ ଘୋଷଣା କରିଥିଲେ । ଖବରପାଇ ଆମଣ ସରପଞ୍ଚ ମାନସୀ ପୃଷ୍ଟି , ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି ତାଙ୍କ ବାସଭବନରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଥିଲେ । ମୃତ ରଞ୍ଜନର ଦୁଇଟି ଛୋଟ ପିଲା ଥିବା ଜଣାପଡିଛି । ତାଙ୍କ ପରିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।














