No Result
View All Result
୩୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ପବିତ୍ର ଭଉଁରୀ ଯାତ୍ରା ଅବସରରେ ବେଗୁନିଆ ବ୍ଲକ ବାଘମାରୀ ପଂଚାୟତ ଅନ୍ତର୍ଗତ ଅଟ୍ରି ଗ୍ରାମ ସ୍ଥିତ ବାବା ହଟ୍ଟକେଶ୍ୱର ତଥା ଏକାଦଶ ରୁଦ୍ରଙ୍କ ପୀଠରେ ଚାପ ଖେଳିଛନ୍ତି। ସ୍ଥାନୀୟ ମନ୍ଦିର ଟ୍ରଷ୍ଟି ବୋର୍ଡର ସଦସ୍ୟ ରଞ୍ଜନ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ବାବା ହଟ୍ଟକେଶ୍ୱର ମନ୍ଦିର ସଂଲଗ୍ନ ପୋଖରୀ ଭିତରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଧରି ଚାପ ଖେଳ ହୋଇ ଥାଏ । ଅନ୍ତିମ ଭଉଁରୀ ଯାତ୍ରା ଦିନ ଅନ୍ତିମ ସନ୍ଧ୍ୟାରେ ମାଣିବନ୍ଧ ସିଦ୍ଧ ମହାବୀର ଆଶ୍ରମର ପ୍ରତିଷ୍ଠାତା ପ୍ରଶାନ୍ତ ବାବାଙ୍କ ତତ୍ବାବଧାନରେ ବାବା ହଟ୍ଟ କେଶ୍ୱର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ହୁଳହୁଳି,

ହରିବୋଲ ଓ ଖୋଳ ତାଳ ଧ୍ବନିରେ ପ୍ରକମ୍ପିତ କରି ସୁସଜ୍ଜିତ ଡଙ୍ଗାରେ ବିରାଜ ମାନ କରି ସାତ ଘେରା ଚାପ ଖେଳରେ ପ୍ରଦକ୍ଷିଣ କରି ମନ୍ଦିର ଗୃହକୁ ଫେରି ଯାଇଥାନ୍ତି । ଏଥିରେ ବିଜେଡ଼ି ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ, ସରପଂଚ ମାନସ ରଞ୍ଜନ ବିଶ୍ଵାଳ,ହାଡୁବନ୍ଧୁ ମହାପାତ୍ର, ସମିତି ସଭ୍ୟ ନବନିତା ମହାନ୍ତି,ପୂର୍ବତନ ସରପଂଚ ପ୍ରଫୁଲ୍ଲ ସାମନ୍ତରାୟ,
ସମାଜସେବୀ ମଧୁସୁଦନ ସୁବୁଦ୍ଧି ଓ ପ୍ରେମାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଭାପତି ଗୋପୀନାଥ ମହାପାତ୍ର, ସମ୍ପାଦକ ସୁରେଶ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ଅକ୍ରୁର ରଣାଙ୍କ ସମେତ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ନେତୃତ୍ବରେ ଥାନା ଉପ ନିରୀକ୍ଷକ ଚନ୍ଦନ ଦାସଙ୍କ ତତ୍ବାବଧାନରେ ପୁଲିସ ବଳ ନିୟୋଜିତ ହୋଇଥିଲେ।

No Result
View All Result