No Result
View All Result
୨୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମ ନିକଟରେ ଥିବା କୁଆଖାଇ ନଦୀର ଚନ୍ଦନ ଚାପ ଘାଟରେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ତୃତୀୟ ଦିନ ଚନ୍ଦନ ଚାପ ଅନୁଷ୍ଠିତ ହୋଇଥିଲା । ଏହି ଚାପ ଖେଳ ଏବଂ ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷେଶ୍ୱରଙ୍କ ସନ୍ଧ୍ୟା ଆଳତି ଶେଷ ହେବାପରେ , ପ୍ରଭୁ ଲକ୍ଷେଶ୍ୱରଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଲକ୍ଷେଶ୍ୱର ମନ୍ଦିରରୁ ଘଣ୍ଟ ବାଜା ବଜାଇ ଶୋଭାଯାତ୍ରାରେ ଆଣି ପୁରୁଣା କାଚରାମାଳ କୁଆଖାଇ ନଦୀର ଚନ୍ଦନ ଘାଟରେ ପହଞ୍ଚିଥିଲେ ।

ସେଠାରେ ପାରମ୍ପରିକ ପ୍ରଥା ଅନୁସାରେ ଚଳନ୍ତି ପ୍ରତିମାକୁ ଡ଼ଙ୍ଗାର ବସାଇ ପ୍ରଥମେ ଦିନ ଚନ୍ଦନ ଚାପ ଖେଳା ଯାଇଥିଲା । ଦିନ ଚାପ ଖେଳପରେ ଡ଼ଙ୍ଗାରୁ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ଡ଼ଙ୍ଗାରୁ ନିଆଯାଇ କୁଆଖାଇ ନଦୀରେ ନିର୍ମିତ ଅସ୍ଥାୟୀ ମେଣ୍ଢା କୁଡିଆରେ ବସାଯାଇ ଚନ୍ଦନ ଅଗୁର ପାଣିରେ ସ୍ନାନ କରାଯାଇ ଥିଲା । ପରେ ପରେ ଚଳନ୍ତି ପ୍ରତିମାକୁ ମେଣ୍ଢା କୁଡିଆରୁ ବାହାର କରାଯାଇ ଡ଼ଙ୍ଗାରେ ବସାଇ ରାତି ଚାପ ଅନୁଷ୍ଠିତ ହୋଇଥିଲା । ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କ ଚନ୍ଦନ ଚାପ ଖେଳ ଦୃଶ୍ୟକୁ ଦେଖିବା ପାଇଁ ଚନ୍ଦନ ଚାପ ଘଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଚାପ ଖେଳି ସାରିବା ପରେ ଚଳନ୍ତି ପ୍ରତିମାକୁ ଚନ୍ଦନ ଘାଟ ମଣ୍ଡପରେ ରଖା ଯାଇଥିବା ବିମାନରେ ବସାଯାଇ ସେବାୟତ କାଳନ୍ଦି ପାଢ଼ୀ , ଗଗନ ପାଢୀ, କାର୍ତ୍ତିକ ପାଢ଼ୀ ନୂତନ ବସ୍ତ୍ର ପରିଧାନ କରାଇଥିଲେ ।

ଏଥିରେ ଅନ୍ୟ ସେବାୟତ ମାନେ ସହଯୋଗ କରିଥିଲେ । ଆଳତୀ ପରେ ଭୋଗ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଇଥିଲା । ପରେ ପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ବିମାନକୁ ବେହେରାମାନେ କାନ୍ଧେଇ ଚନ୍ଦନ ଘାଟରୁ ବାଜା ବାଣ ରୋଷଣୀ କରି ଶୋଭାଯାତ୍ରାରେ ବମ୍ଫକୁଦକୁ ଭୋଗ ଖୁଆଇବା ପାଇଁ ନେଇଥିଲେ । ବମ୍ଫକୁଦ ଗ୍ରାମର ବଲ୍ଲଭ ଜେନା, ପ୍ରଦ୍ୟୁମ୍ନ ଜେନା, ବିଜୟ ଜେନା, ଅଭୟ କୁମାର ଜେନା, ଜିଷୁ ଜେନା ପ୍ରମୁଖ ଗ୍ରାମର ଯୁବକମାନେ ବାଜାବାଣ ରୋଷଣୀକରି ଲକ୍ଷେଶ୍ୱରଙ୍କ ବିମାନକୁ ଭୋଗ ଖୁଆଇବା ପାଇଁ ଗ୍ରାମକୁ ଶୋଭାଯାତ୍ରାରେ ନେଇଥିଲେ । ସେଠାରୁ ଭୋଗ ଖାଇସାରିବା ପରେ ବିମାନ ଫେରିଆସି ଚନ୍ଦନ ଯାତ୍ରା ପଡିଆରେ ନିର୍ମିତ , ଅସ୍ଥାୟୀ ମଣ୍ଡପରେ ଅବସ୍ଥାନ କରିଥିଲେ ।

ସେଠାରେ ପାରମ୍ପରିକ ପ୍ରଥା ଅନୁସାରେ ଭୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୁରୁଣା କାଚରାମାଳ ଗ୍ରାମ୍ୟ କମିଟିର ସଭାପତି ଭକ୍ତ ବନ୍ଧୁ ବରାଳ, ସଂପାଦକ ସୁକାନ୍ତ ଭୋଇ , ପ୍ରଶାନ୍ତ କୁମାର ମହାନ୍ତି, ସୁଧାକର ସ୍ୱାଇଁ, ବସନ୍ତ ସାହୁ, କିଶୋର ବରାଳ , ଗୋବିନ୍ଦ ମହାରଣା , ଅନିଲ ମହାନ୍ତି, ଉତ୍ତମ ମହାନ୍ତି , ପ୍ରଭାତ ବରାଳ, କାଳନ୍ଦି ଭୋଇ, ଯୋଗେନ୍ଦ୍ର ଜେନା , ରଶ୍ମିରଞ୍ଜନ ମିଶ୍ରଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଏବଂ ବ୍ୟୟଜେଷ୍ଠ ବ୍ୟକ୍ତି ମାନେ ସହଯୋଗ କରିଥିଲେ । ରାତିରେ ସ୍ୱର୍ଣ୍ଣ ମହଲ ଅପେରା ପାର୍ଟି ତାର ଦ୍ୱିତୀୟ ରଜନୀର ଅପେରା ” ରାତି ସୁନ୍ଦରକୁ ସାଥୀ ସୁନ୍ଦର ” ନାଟକ ପରିବେଷଣ କରିଥିଲା ।

No Result
View All Result