No Result
View All Result
୨୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ଦିନ ମଧ୍ୟ ୧୦ ଘଣ୍ଟ ସମୟରେ ନିଜ ସାଇକେଲ ରେ ସେ ଘରୁ ବାହାରି ବେପାର କରିବା କୁ ଯିବାବେଳେ

ଦୁଇଟି ବାଇକରେ ଲୁଟେରା ମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରି ଶ୍ରୀ ନାୟକ ଙ୍କ ସାଇକେଲରେ ଲାଗିଥିବା ଦୁଇଟି ରୂପା ବ୍ୟାଗ ଝାମ୍ପୀ ନେଇଥିଲେ । ବ୍ୟାଗ୍ ରେ ୧୦ କେଜିରୁ ଉର୍ଦ୍ଧ୍ବ ରୂପା ଥିବା କହିଛନ୍ତି ବ୍ୟବସାୟୀ ଜଣକ। ଉକ୍ତ ରୂପାର ଆନୁମାନିକ ମୂଲ୍ୟ ୭ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଶ୍ରୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତନାଘନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

No Result
View All Result