• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାର ଦ୍ଵିତୀୟ ଦିବସ : କଳାକୁଞ୍ଜ ଓ ରଥ ନିକଟରେ ଯାତ୍ରାପ୍ରେମୀଙ୍କ ଅସମ୍ଭବ ଭିଡ ଆତସବାଜିରେ କମ୍ପିଲା ଯାତ୍ରା ପଡିଆ

Proprietor Abhimanyu Maharana by Proprietor Abhimanyu Maharana
May 24, 2024
in ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍
0
ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାର ଦ୍ଵିତୀୟ ଦିବସ : କଳାକୁଞ୍ଜ ଓ ରଥ ନିକଟରେ ଯାତ୍ରାପ୍ରେମୀଙ୍କ ଅସମ୍ଭବ ଭିଡ ଆତସବାଜିରେ କମ୍ପିଲା ଯାତ୍ରା ପଡିଆ
Share on FacebookShare on TwitterWhatsapp

୨୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିିଳିକାଟୁ :-> ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବର ଦ୍ଵିତୀୟ ଦିବସ ଗୁରୁବାର କେଉଟବାଡ଼଼ ପକ୍ଷରୁ ଆଡମ୍ବରପୁର୍ଣ ଓ ଭାବାବେଗ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଯାତ୍ରା ସକାଶେ ସୁଊଚ୍ଚ ତୋରଣ, ରଙ୍ଗ ବେରଙ୍ଗର ବାନାମାଳ ସହ ଅଲୋକମାଳାରେ ସାରାସହର ଝଲସି ଉଠିଥିଲା । ଶୁକ୍ରବାର ପ୍ରାତଃହରୁ ମାନସିକ ଧାରୀ ଭକ୍ତ ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, ବାଘ, କାଚରା, ମେହେନ୍ତର, କୁଷ୍ଠରୋଗୀ ସମେତ ବିଭିନ୍ନ ଗୋଷ୍ଠିଗତ ବେଶ ପରିଧାନ ପୁର୍ବକ ପ୍ରମୁଖ ବେଶରେ ନିଜକୁ ସୁସଜ୍ଜିତ କରି ଗ୍ରାମ ପରିକ୍ରମା କରିଥିଲେ । ଏକକାଳୀନ ୧୭ଟି ବାଘବେଶ ଯାତ୍ରାକୁ ରୋମାଞ୍ଚକର ସୃଷ୍ଟି କରିଥିଲା । ଯାତ୍ରା ସକାଶେ ବହୁ ଗ୍ରାମରୁ ଆସି ପସରା ମେଲିଥିବା ଅସ୍ଥାୟୀ ଚିତ୍ରାଳୟ ଗୁଡ଼ିକର ଭଲ ବ୍ୟବସାୟ ହୋଇଥିଲା ।

ଦିନ ତମାମ ପାଗ ଅନୁକୂଳ ରହିଥିବାରୁ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଭକ୍ତ , ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃହରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିିଲା । ବିଶେଷ ଭାବେ ସନ୍ଧ୍ୟା ପରଠାରୁ ସହରର ବିଭିନ୍ନ ସାହି ବସ୍ତିରେ ସ୍ଥାପନ କରାଯାଇଥିବା ଆକର୍ଷଣୀୟ କଳାକୁଞ୍ଜ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ରାଜା ସାହିରେ ବୀର ଇନ୍ଦ୍ରଜିତ ରଥ, ଦେଓଘର ସାହିରେ ବୀର ଅର୍ଜୁନ ରଥ,ଶ୍ରୀ ଜଗନ୍ନାଥ ରଥ ସମେତ ବଳି ରାଜାଙ୍କ ୩ ପାଦ ଭୂମି ପ୍ରଦାନ, ବାହୁବଳୀ ଓ ମୋଟୁ ପତଳୁ କଳାକୁଞ୍ଜ ସ୍ଥାପନ କରାଯାଇଥିଲା । ସେହିପରି କେଉଟ ସାହିରେ ଗରୁଡ଼ ରୂଢ ବିଷ୍ଣ, କାମଧେନୁ ଗାଇ, କୈଳାସ ପର୍ବତରେ ଭଗବାନ ଶିବଙ୍କ ତପସ୍ୟା, ନାରାୟଣଙ୍କ ଅନନ୍ତ ଶୟନ, ଯାହାକୁ ରଖିବେ ଅନନ୍ତ, ସମେତ ଜଗନ୍ନାଥ ରଥ ରହିଥିଲା ।

ଥାନା ସାହିରେ ବୀର ପର୍ଶୁରାମ, ଦାନ ବୀର ହରିଶ୍ଚନ୍ଦ୍ର, କର୍ଣ୍ଣମେଢ କଳାକୁଞ୍ଜ ସ୍ଥାପନ କରାଯାଇଥିବା ବେଳେ ବଡ଼ ରଙ୍ଗଣି ସାହିରେ ଅଗ୍ରଜ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ରାଧାକୃଷ୍ଣ ଝୁଲଣ, ବୀର ହନୁମାନ କଳାକୁଞ୍ଜ ସମେତ ଜଗନ୍ନାଥ ରଥକୁ ଆମନ୍ତ୍ରିତ କରାଯାଇଥିଲା । ଭକ୍ତମାନଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କେଉଟ ସାହି କୋଠଘର ନିକଟରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା । ବିଭିନ୍ନ ସାହି ବସ୍ତିରେ ଯୁବ ସମାଜ ଓ ସେଛାସେବୀ ଅନୁଷ୍ଠାନ ପକ୍ଷରୁ ଭକ୍ତ ଓ ଯାତ୍ରା ପ୍ରେମୀ ମାନଙ୍କୁ ଶୀତଳ ପାନୀୟ ଜଳ, ବହୁ ରକମର ପଣା, ସରବତ ଏବଂ ବିଭିନ୍ନ ରକମର ସୁସ୍ୱାଦ ବ୍ୟଞ୍ଜନ ବଣ୍ଟନ କରାଯାଇଥିଲା ।

ଅସମ୍ଭବ ଭିଡକୁ ଆଖି ଆଗରେ ରଖି ଶାନ୍ତ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୨ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସାହି ଛକ ରାସ୍ତା ସମ୍ମୁଖରେ ପୋଲିସ ବାହିନୀ ଉପସ୍ଥିତ ରହି ସାହି ମଧ୍ୟକୁ ଯାନବାହାନ ଚଳାଚଳ ବନ୍ଦ ରଖିଥିଲେ । ଯାତ୍ରା ସମୟରେ ରୋଡ଼ ରୋମିଓ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସାଧା ପୋଷାକଧାରୀ ପୁଲିସ ମୃତୟନ ରହିବା ସହ ତୀକ୍ଷଣ ନଜର ରଖିଥିଲେ । ଯାତ୍ରା ସକାଶେ ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଖେଳଣା, ବାରମଜା, ଘର ସାଜସଜ୍ଜା ଊପକରଣ ପ୍ରମୁଖ ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାରମାନ ଗଢି ଉଠିଥିଲା ।

ସନ୍ଧ୍ୟାରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଲକ୍ଷ୍ମୀ ନୃସିଂହ ଭଜନ ସଂଘ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରରେ କେଉବାଡ଼ ପକ୍ଷରୁ ହିଞ୍ଜିିଳିକାଟୁ ପ୍ରସିଦ୍ଧ ବାଣ ଯାତ୍ରା ରାଜବାଟି ସମ୍ମୁଖରେ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ବାଣ ଯାତ୍ରାରେ ମଲ୍ଲୀ ତରାସ, କଢ ମଲ୍ଲୀ, ସାପ ବାଣ, ଗୁଆ ଗଛ, ଚମ୍ପା ଫୁଲ ଝରି, ଗ୍ଳାସ ବୋମା,କାର୍ଗିଲ ବୋମା, ମୟୁର ଚନ୍ଦ୍ରିକା, ଚମ୍ପା ଗଛ, ସୁଦର୍ଶନ ଚକ୍ର ଭଳି ବହୁ ରକମର ଆତସବାଜି ଦୀର୍ଘ ୫ ଘଣ୍ଟା ଧରି ଫୁଟାଯାଇଥିଲା । ବାଣ ଯାତ୍ରା ଦେଖିବା ସକାଶେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳର ସହସ୍ରାଧିକ ଯାତ୍ରାପ୍ରେମୀ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା ।

ବିଭିନ୍ନ ନାଚ ଗୀତ ଓ ଡ଼ିଜେ ମାଧ୍ୟମରେ ଅଞ୍ଚଳର ଯୁବ ସମାଜ ନାଚି ନାଚି ବାଣପଡ଼ିଆକୁ ଦୁଲୁକାଇଥିବାର ଦେଖିବାକୁ ମିଳିଥିଲା । ବାଣଯାତ୍ରା ପରିସମାପ୍ତି ପରେ ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା, ଘଣ୍ଟ, ମହୁରୀ, ଶଙ୍ଖର ତାଳେ ତାଳେ ବିଭିନ୍ନ ରକମର ମନୁଷ୍ୟକୃତ ପଶୁନୃତ୍ୟ ଯଥା ବାଘ, ହାତୀ, ଘୋଡ଼ା, ରାଜା ରାଣୀ ଆଦି ବେଶରେ ସୁ- ସଜ୍ଜିତ କରାଯାଇ ନଗର ପରିକ୍ରମା କରାଯାଇଥିଲା ।ଯାତ୍ରାର ଅନ୍ତିମ ଦିବସ ଶୁକ୍ରବାର ରଙ୍ଗଣିବାଡ ପକ୍ଷରୁ ଯାତ୍ରା ପରିଚାଳନା କରାଯିବା ସହ କେଉଟ ସାହି ଓ ପାଟଣା ସାହି ଯାତ୍ରା କମିଟି ପକ୍ଷରୁ ସଂପୃକ୍ତ ୨ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version