No Result
View All Result
୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ୧୭ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୭୧ ଗୋଟି ବୁଥ ରେ ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନ ଙ୍କୁ ଆସନ୍ତା କାଲି ପ୍ରେରଣ କରାଯିବ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପରିସରରେ ପୂର୍ବାହ୍ନରେ ପୁଲିଂ ପାର୍ଟି ମାନ ଙ୍କ ପାଇଁ ଡିସପରସାଲ ର ବ୍ୟବସ୍ଥା କରାଯାଇଛି ବୋଲି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି।ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ମତଦାନ ଚଳିତ ମାସ ୨୫ ତାରିଖ ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ୨୭୧ ଟି ବୁଥ ରେ ୨୨୮୮୪୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।
ଏଥି ମଧ୍ୟରେ ୧୧୭୫୦୧ ପୁରୁଷ ଭୋଟର ଥିବା ବେଳେ,୧୧୧୩୨୯ ମହିଳା ଭୋଟର ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି । ଯେହେତୁ ଗମନାଗମନ ଦୃଷ୍ଟିରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର କୃଷ୍ଣ ପ୍ରସାଦ ବ୍ଲକକୁ ପହଞ୍ଚିବା ବିଳମ୍ବ ହୋଇଥାଏ ସେଥିପାଇଁ ଆସନ୍ତା କାଲି ୨୩ ତାରିଖରେ ଏହି ପୁଲିଂ ପାର୍ଟି ମାନ ଙ୍କୁ ପ୍ରେରଣ କରାଯିବ । ତେବେ ପୁରୀ, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ର ପୁଲିଂ ପାର୍ଟି ମାନଙ୍କୁ ୨୪ ତାରିଖରେ ପ୍ରେରଣ କରାଯିବ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କାର୍ଯ୍ୟ କୁ ଚୁଡାନ୍ତ ରୂପ ଦିଆଯାଇଛି । ଡିସପରସାଲ ଯେପରି ଶିଘ୍ର ଓ ଶୃଙ୍ଖଳିତ ଭାବେ ହୋଇ ପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରିଟର୍ଣ୍ଣିଂ ଅଫିସର ଶ୍ରୀ ପୃଷ୍ଟି ସୂଚନା ଦେବା ସହ ଦାୟିତ୍ୱ ଦିଆଯାଇଥିବା ସମସ୍ତ ପ୍ରିଜାଇଡିଂ,ପୁଲିଂ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି ।

No Result
View All Result