No Result
View All Result
୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ ଜଙ୍ଗଳଜାତ ଦ୍ରବ୍ୟ ଉପରେ l ପ୍ରଚଣ୍ଡ ଖରାରେ ବଣ ଜଙ୍ଗଲ ବୁଲି ମହୁଲ ଫୁଲ ସଂଗ୍ରହ କରନ୍ତି ଆଦିବାସୀ ମହିଳା l ଆଶା ସେହି ଫୁଲ ବିକ୍ରି କରି ଦୈନିକ ଗୁଜୁରାଣ ମେଣ୍ଟେଇବେ l ସରକାର ଆଦିବାସୀଙ୍କ ପାଇଁ ବହୁ ଯୋଜନା କରିଛନ୍ତି ସତ କିନ୍ତୁ ସେହି ଯୋଜନା ଯେ ସେହି ଆଦିବାସୀଙ୍କ ନିକଟରେ ପହଁଚି ପାରୁନି ତାହାଦେଖିବାକୁ ସରକାରୀ ବାବୁଙ୍କ ପାଖରେ ସମୟର ଅଭାବ ରହିଯାଉଛି l ଅବକାରୀ ବିଭାଗ ପ୍ରତ୍ବେକ ବର୍ଷ ଏପ୍ରିଲ ମାସରେ ମହୁଲ ଗଛିତ ରଖିବା ଓ ବିକ୍ରୟ କରିବାକୁ ଲାଇସେନ୍ସ ପ୍ରଦାନ କରୁଛନ୍ତି କିନ୍ତୁ ଲାଇସେନ୍ସ ଧାରୀମାନେ କେତେ ଟଙ୍କାରେ କ୍ରୟ କରିବେ ଓ କେତେ ଟଙ୍କାରେ ବିକ୍ରୟ କରିବେ ତାହାର କିଛି ନିଦ୍ଧିଷ୍ଟ ସୂଚନା ମିଳିପାରୁନାହିଁ l ଯାହାଫଳରେ ଆଦିବାସୀ ମାନେ ଏତେ କଷ୍ଟ କରିସୁଦ୍ଧା ମହୁଲ ଫୁଲର ଉଚିତ ମୂଲ୍ୟ ପାଇବାରେ ବଞ୍ଚିତ ହେଉଛନ୍ତି l ଲାଇସେନ୍ସ ଧାରୀମାନେ ମଧ୍ୟ କୌଣସି ନିଦ୍ଧିଷ୍ଟ ସୂଚନା ଯଥା କେତେ ପରିମାଣରେ ମହୁଲ ଫୁଲ ଗଛିତ ରଖିପାରିବେ, ବର୍ତମାନ କେତେ ପରିମାଣ ଗଛିତ ଅଛି, କ୍ରୟ ଓ ବିକ୍ରୟ ମୂଲ୍ୟ ଦୋକାନ କିମ୍ବା ଗଦାମ ବାହାରେ ଲେଖିବାର ନଜରକୁ ଆସୁନାହିଁ ଯାହାକି ଫଳରେ ମହୁଲ ଫୁଲର ଅଭାବୀ ବିକ୍ରିପାଇଁ ସହୟାକ ହେଉଛି l
ଚଳିତ ବର୍ଷ ଗଜପତି ଜିଲ୍ଲାର ଆର,ଉଦୟଗିରି, ନୁଆଗଡ ଓ ମୋହନା ବ୍ଲକରେ ବହୁତ ମହୁଲ ଫୁଲ ଅମଳ ହୋଇଛି କିନ୍ତୁ ସରକାର ମହୁଲ ଫୁଲର ମୂଲ୍ୟ ନିର୍ଦ୍ଧାରଣ କରିନଥିବା ଯୋଗୁଁ କିଲୋ ପ୍ରତି ୨0ରୁ ୨୫ ଟଙ୍କା ମୂଲ୍ୟରେ କ୍ରୟ କରୁଛନ୍ତି ସ୍ଥାନୀୟ ମହୁଲ ବେପାରୀ l ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ଗୋଦାମ କରି କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ମହୁଲ ମହଜୁଦ୍ କରି ରଖୁଥିବା ବେଳେ ଏସବୁକୁ ବାହାର ରାଜ୍ୟକୁ ଚଢ଼ା ଦରରେ ଚାଲାଣ କରାଯାଉଛି। ବିଶେଷକରି ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ପାଇଁ ଆଦିବାସୀ ପରିବାରଗୁଡ଼ିକ ପରିଶ୍ରମର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ସ୍ଥାଣୁତାର ସୁଯୋଗ ନେଇ ବେଧଡ଼କ ଭାବେ ଚୋରା ଚାଲାଣ ବଢ଼ିଚାଲିଛି। ଏଠାରେ ସନ୍ଦେହ ହେଉଛି ଯେ ଗଜପତି ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଂଜେଇ ମାଫିଆ ମାନଂକୁ ଗିରଫ କରି ଫୋଟ ଉଠାଇ ବାହାବାହା ନେଉଛନ୍ତି କିନ୍ତୁ ମହୁଲ ଦଲାଲ ପାଖରେ କାହିଁକି ସାପକୁ ଗଦ ସୁଂଗାଇଲାଭଳି ମୁଣ୍ଡନୁଆଇଛନ୍ତି ତାହା ଏବେ ଅବକାରୀ ବିଭାଗର ସ୍ୱଚ୍ଛତା ପ୍ରତି ଲୋକଙ୍କ ସନ୍ଦେହ ବଡିବାକୁ ଲାଗିଛି l ତେଣୁ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ଉଚିତ ମୂଲ୍ୟ, ଲାଇସେନ୍ସ ପ୍ରାପ୍ତ ଵେବରୀଙ୍କ ବିରୁଦ୍ଧରେ ବେଆଇନ ଗଛିତ ଓ ବିକ୍ରୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିହେଉଛି l ତେଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି l

No Result
View All Result