No Result
View All Result
୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ଼ ମଣ୍ଡଳ ବିଜେପିର ବରିଷ୍ଠସଦସ୍ୟମାନଙ୍କୁ ନେଇ ଏକ ଜରୁରୀ କର୍ମିସମ୍ମିଳନୀ ବୈଠକ ଆଡ଼ଭୋକେଟ ପୁରୁଷୋତ୍ତମ ସୁବୁଦ୍ଧିଙ୍କ ଆବାହକରେ ଶିବାନନ୍ଦମାର୍ଗ, ମାଣିକାଗୋଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି l ବିଜେପିର କର୍ମୀମାନେ ସାଂସଦ ପ୍ରାର୍ଥୀନୀ ଅପରାଜିତା ଷଡ଼ଙ୍ଗୀ ଓ ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳୀଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଭୁଲ ନିର୍ବାଚନ ପରିଚାଳନାକୁ ଦୃଢ ବିରୋଧ କରିଥିଲେ l ମୋଦୀଙ୍କର ଲୋକପ୍ରିୟତାର ଫାଇଦା ବିଜେପି ପ୍ରାର୍ଥୀନୀ ଓ ପ୍ରାର୍ଥୀ ଉଠାଇପାରୁନାହାନ୍ତି l କାଁ ଭଁl କେଉଁଠି ବିଜେପିର ବ୍ୟାନର ପୋଷ୍ଟର ଦେଖିବାକୁ ମିଳୁଛି l ପାଞ୍ଚବର୍ଷ କାର୍ଯ୍ୟକାଳ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଦଳାଇସାହି ପଞ୍ଚାୟତର କୌଣସି ବିକାଶ ମୂଳକ କାର୍ଯ୍ୟକରିନାହାଁନ୍ତି l

ଶ୍ରୀମତୀ ଷଡ଼ଙ୍ଗୀ ତୃଣମୂଳ ସ୍ତର ସଂଗଠନକୁ ଧୂଳିସାତ କରି ଓ ପୁରୁଣା ବିଜେପି କର୍ମୀମାନଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ମାଧ୍ୟମରେ ନିର୍ବାଚନ ଜିତିବାପାଇଁ, ଯେଉଁ ପ୍ରୟାସ ଚଳାଇଛନ୍ତି, ତାହା ମାନନୀୟ ନରେନ୍ଦ୍ର ମୋଦୀଙ୍କ ଚାରିଶହ ପାର ସ୍ବପ୍ନ ପୂରଣ କରିପାରିବ ନାହିଁ ବୋଲି ପ୍ରକାଶ କରିଅଛନ୍ତି l ତେଣୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କର୍ମୀମାନେ ନିଜହାତରୁ ଅର୍ଥ ଖର୍ଚ୍ଚ କରି ସଂଗଠନ ଓ ଦଳୀୟ ସମାବେଶପାଇଁ କରିଥିବା ପରିଶ୍ରମ ସବୁ ବୃଥା ହୋଇଗଲl l ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ଇଂ. କର୍ପୁର ସାହୁ ବିଜେପିର ନୀତି ଆଦର୍ଶ ଉପରେ ସଂକଳ୍ପ ବାର୍ତ୍ତା ପାଠ କରିଥିଲେ l ବୋଲଗଡ ମଣ୍ଡଳ ବରିଷ୍ଠ ସଦସ୍ୟ ସଞ୍ଜୟ ମହାପାତ୍ର, ମଣ୍ଡଳ ସଭାପତି ସଞ୍ଜୟ ବେହେରା,

ପୂର୍ବତନ ଦଳାଇସାହି ପଞ୍ଚାୟତ ସଭାପତି ଯୁଗଳ କିଶୋର ପ୍ରଧାନ, ଉପେନ୍ଦ୍ର ସୁବୁଦ୍ଧି, ମଣ୍ଡଳ ଉପସଭାପତି ସହଦେଵ ସୁବୁଦ୍ଧି, ବୋଲଗଡ଼ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅଜିତ କୁମାର ମହାପାତ୍ର,ପଞ୍ଚାୟତ ଯୁବ ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ, ଦଳାଇସାହି ପଂଚାୟତ ଉପସଭାପତି ନୀଳକଣ୍ଠ ପ୍ରଧାନ କେଶବ ଚନ୍ଦ୍ର ସାହୁ, ନିଜ ନିଜ ବୁଥ୍ ଜଗିବା ପାଇଁ ମତ ଦେଇଥିଲେ l ଉକ୍ତ ବୈଠକରେ ପ୍ରମୁଖ କର୍ମୀ କିରଣ ପ୍ରଧାନ, ଆଲୋକ ମହାରଣା, ଅରବିନ୍ଦ ମହାପାତ୍ର ଯୋଗଦେଇଥିଲେ l ପରିଶେଷରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନନୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇ, ବନ୍ଦେ ମାତରଂ ଗାନ କରାଯାଇଥିଲା l

No Result
View All Result