No Result
View All Result
୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ସର୍ବଦଳୀୟ ନିଜ ନିଜର ରଣକୌଶଳ ଆପଣାଇ ଦେଇଛନ୍ତି ଏହି ସାଧାରଣ ନିର୍ବାଚନ ରେ ବିଜୟୀ ହୋଇ ସରକାର ଗଠନ କରିବା ଦିଗରେ। ସେହିଭଳି ଭାବରେ ବିଭିନ୍ନ ରାଜନୈତିକ ଦଳ ଭୋଟର୍ ମାନଙ୍କୁ ଆକୃଷ୍ଟ କରିବା ପାଇଁ କିଏ ଫିଲ୍ମ ଅଭିନେତା ଅଭିନେତ୍ରୀ ଙ୍କୁ ପ୍ରଚାର ମଇଦାନରେ ଠିଆ କରୁଛନ୍ତି ତ କିଏ ନିଜ ନିଜ ଦଳର ବରିଷ୍ଠ ରାଜନୀତିଜ୍ଞ ମାନଙ୍କୁ ଆଣି ପ୍ରଚାର କରିବାରେ ତତ୍ପରେ ଦେଖାଇଥିବାବେଳେ ।

ଆଜି ନିମାପଡ଼ା ରେ ଭାରତୀୟ ଜନତା ପାର୍ଟି ତରଫରୁ ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ଙ୍କ ପାଇଁ ତ୍ରିପୁରାରୁ ଖୋଦ୍ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ପ୍ରଭାତୀ ପରିଡ଼ା ଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ଏବଂ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟୀ କରିବାକୁ ସେ ସମସ୍ଥ କର୍ମୀ ଓ ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି। ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନହିତକର ଯୋଯୋନା ଉପରେ କହିବା ସହ କୋଉଭଳି ଭାବରେ ଏହି ସୁବିଧା ସୁଯୋଗ ପାଇପାରିବେ ସେ ନେଇ ନିମାପଡ଼ା ଗୋପ ଭୋଟର୍ ମାନଙ୍କୁ କହିବା ସହ । ନିମାପଡ଼ା ରେ ପଦ୍ମ ଫୁଟିଲେ ବିକାଶ ର ଅନ୍ୟ ଏକ ଫର୍ଦ୍ଦ ଯୋଡ଼ି ହେବ ବୋଲି ସେ ଦୃଢକ୍ତି ବାଢ଼ିଥିଲେ।

No Result
View All Result