No Result
View All Result
୧୫ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମନୋଜ କୁମାର ପାଢୀ)- ଶରଣାର୍ଥୀ ରହିବେ ନା ଭାରତୀୟ ନାଗରିକ ହେବେ । ଏହି ଦ୍ବନ୍ଦ୍ବରେ ରହିଥିବା ତିଦ୍ଧତୀୟ ଶରଣାର୍ଥୀ ଶେଷରେ ଆଜି ମତଦାନରେ ସାମିଲ ହୋଇଛନ୍ତି । ଦୀର୍ଘ ୬୧ ବର୍ଷ ହେଲା ଓଡିଶାରେ ଶରଣାର୍ଥୀ ଭାବେ ରହୁଥିବା ତିଦ୍ଧତୀୟମାନଙ୍କ ମଧ୍ୟରୁ ମହେନ୍ଦ୍ରଗଡ କ୍ୟାମ୍ପ ନମ୍ବର -୫ର ୮ ଜଣ ଭୋଟର୍ ଆଜିର ଏହି ଗଣପର୍ବରେ ସାମିଲ ହୋଇଥିଲେ । ଏହି କ୍ୟାମ୍ପରେ ରହୁଥିବା ତିଦ୍ଧତୀୟ ଶରଣାର୍ଥୀଙ୍କ ମଧ୍ୟରୁ ୩୩ ଜଣଙ୍କ ଭୋଟ ତାଲିକାରେ ନାଁ ଥିଲା ସେମାନଙ୍କ ମଧ୍ୟରୁ ୮ ଜଣ ହିଁ ନିଜ ଅଧିକାର ସାବ୍ୟସ୍ତ କରିଥିବା ଜଣାପଡିଛି ।

ତେବେ ଆଉ କିଛି ମତଦାନ ପାଇଁ ଆସିଥିଲେ ମଧ୍ୟ ତାଲିକାରେ ନାଁ ନଥିବାରୁ ଫେରିଯାଇଥିଲେ । ତୀଦ୍ଧତୀୟ ଶରଣାର୍ଥୀଙ୍କୁ ରାଜ୍ୟ ସରକାର ଚଳିତ ଥର ମତଦାନ ପାଇଁ ଅଧିକାର ଦେଇଥିଲେ । ଏଥିପାଇଁ ସେମାନଙ୍କୁ ଭୋଟର ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୋଟର ପରିଚୟପତ୍ର ନେବାକୁ ଚାହିଁନଥିଲେ । ଥରେ ମତଦାନ କଲେ ଭାରତର ନାଗରିକ ହୋଇଯିବେ ଓ ଶରଣାର୍ଥୀ ଭାବେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଆଉ ମିଳିବନି ସେହି ଭୟ ସେମାନଙ୍କୁ ଘାରିଥିଲା । ତେବେ ଏଥିପାଇଁ ଚନ୍ଦ୍ରଗିରି ଠାରେ କାର୍ଯ୍ୟ କରୁଥିବା ଫୁଶ୍ଚ ସ୍ଲୋକିଂ ଶରଣାର୍ଥୀ କାର୍ଯ୍ୟାଳୟ ସେମାନଙ୍କୁ ସେମିତି କିଛି ବାଧ୍ୟବାଧ୍ୟକତା କରିନଥିଲେ ମଧ୍ୟ ଶରଣାର୍ଥୀ ସୁବିଧା ହରାଇବା ଭୟରେ ମୋଟ ୫ଟି ଯାକ କ୍ୟାମ୍ପରେ ମାତ୍ର ଶହେରୁ ଅଧିକ ଶରଣାର୍ଥୀ ଭୋଟର ତାଲିକାରେ ନାମ ଯୋଡିଥିଲେ ।

No Result
View All Result