୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> କୌଣସି ଏକ ଅଜଣା ଗାଡି ଦେଲା ଧକା,ଦୁର୍ଘଟଣା ରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ଼ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଜଣକ ହେଲେ ମୋହନା ଥାନା ବାଘମାରି ସ୍ଥିତ ଯୁବ ପଞ୍ଚାୟତ ର dundrum ଗ୍ରାମ ବାଘମାରି ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଏଶୋ ମାଝୀ ବୟସ 56 ବର୍ଷ ଗତକାଲି ସେ ପାରଳାଖେମୁଣ୍ଡି

ସ୍ଥିତ ୧୨୭ ନଂ ବୁଥ ରେ ୩ୟ ପୋଲିଂ ଅଧିକାରୀ ଭାବେ କର୍ଶଣ୍ଡା ରେ ନିର୍ବାଚନ କାର୍ଯ୍ୟ ସରି ଆଜି ସେ ନିଜ ଗାଁ ଡୁଣ୍ଡ୍ରୁମ୍ କୁ ଫେରୁଥିବା ବେଳେ ଛେଳିଗଡ ନିକଟରେ ଏହି ଦୁର୍ଘଟଣା ଘଟିଥିଲା l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛେଳିଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l















