୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦରଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନୂଆଗଡ଼ ଗ୍ରାମର ଶ୍ରୀଜଗନ୍ନାଥ ଓ ଶିରିଡି ସାଇ ମନ୍ଦିରର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି କରାଯାଇ ଉଦଯାପିତ ହୋଇଛି ।

ସୋମବାର ଦିନ ଶତାଧିକ ମହିଳା ଏବଂ ପୁରୁଷ ମାନେ ପୁରୀ ମୁଖ୍ୟ କେନାଲରେ କଳସ ବୁଡାଇ ଏକ ଶୋଭାଯାତ୍ରାରେ ଆସି ଶ୍ରୀଜଗନ୍ନାଥ ଶିରିଡି ସାଇ ମନ୍ଦିର ଯଞ ସ୍ଥଳରେ ପହଞ୍ଚିଥିଲେ । ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନି ସ୍ଥାପନ କରାଯାଇ ଯଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ବାର୍ଷିକ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଏବଂ ଗ୍ରାମ୍ୟ କମିଟିର ସଭାପତି, ସଂପାଦକ,ଏବଂ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ପୂର୍ଣ୍ଣ ଆହୁତି ଦେଖିବା ପାଇଁ ନୂଆଗଡ଼ ଏବଂ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।
















