୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ରେ ଥିବା ୪ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ହେଉଛି ବିଜୁ ଜନତା ଦଳର ଗଡ । ବିଧାୟକ ପ୍ରାର୍ଥୀ ରମେଶ ଙ୍କୁ ବଦନାମ କରି ବିଜେଡ଼ି ଗଡ କୁ ଭାଙ୍ଗିବା ପାଇଁ କିଛି କୁଚକ୍ରୀ ଚେଷ୍ଠା କରିଥିଲେ ମଧ୍ୟ ବିଧାୟକ ରମେଶ ଙ୍କ ଅକ୍ଲାନ୍ତ ପରିଶ୍ରମ, ଚେଷ୍ଠା ବଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଯେଉଁ ବିକାଶ ଦିଗରେ ଆଗେଇ ଚାଲିଲା ,ଯାହାର ଫଳ ସ୍ୱରୂପ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରମେଶ ଙ୍କ ଉପରେ ଆସ୍ଥା ପ୍ରକଟ କରି ପୁନର୍ବାର ବିଧାୟକ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ବେହେରା ଙ୍କୁ ଟିକେଟ ପ୍ରଦାନ କଲେ ।
କୁଚକ୍ରୀ ମାନେ ଯେଉଁ ଅଙ୍କ କସିଥିଲେ ତାହା ଛିଡ଼ିଲା । ବର୍ତ୍ତମାନ ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଘର ଘର ବୁଲି ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ମାରାଥନ ପ୍ରଚାର ରେ ପ୍ରକମ୍ପିତ ହେଲାଣି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ସୋରଡ଼ା ଏବଂ ସିକ୍ରିଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଭି ମୁଖି ଯୋଜନା ,
ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ବିକାଶ ଲୋକମାନଙ୍କୁ କହିବା ସହ ଆଗାମୀ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ରେ ଯୋଡ଼ା ଶଙ୍ଖ ରେ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲା ଜନସାଧାରଣ ଙ୍କ ଆଶ୍ରିବାଦ ରହିଥିବାରୁ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି ।
ଯେଉଁ ଭଳିଭାବେ ରମେଶ ଚନ୍ଦ୍ର ବେହେରା ଲୋକମାନଙ୍କ ସୁଖ , ଦୁଃଖ ରେ ସାମିଲ ହୋଇଛନ୍ତି ଯାହାର ଫଳ ସ୍ୱରୂପ ଲୋକମାନଙ୍କ ପ୍ରଥମ ପସନ୍ଦ ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ହୋଇଛନ୍ତି । ଲୋକମାନେ କହୁଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଙ୍କ ବିକଳ୍ପ ନାହିଁ । କେବଳ ନୂଆଗାଁ ବ୍ଲକ୍ ନୁହେଁ ଦଶପଲ୍ଲା ବ୍ଲକ୍ , ଏନ୍ ଏ ସି,ଗଣିଆ ବ୍ଲକ୍ ରେ ମଧ୍ୟ ରମେଶ ଚନ୍ଦ୍ର ବେହେରା ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି ।














