• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୋକଙ୍କୁ ବିକାଶର ହିସାବ ଦେଲେ ପାଣ୍ଡିଆନ

Proprietor Abhimanyu Maharana by Proprietor Abhimanyu Maharana
May 7, 2024
in ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍
0
ଲୋକଙ୍କୁ ବିକାଶର ହିସାବ ଦେଲେ ପାଣ୍ଡିଆନ
Share on FacebookShare on TwitterWhatsapp

୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳି :-> ଆଜି ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି । ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ । ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଇଥିଲେ ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି,ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଦଶବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରୁଛନ୍ତି,କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ, ତା’ହେଲେ ଲୋକ କେମିତି ଆସ୍ଥା ରଖିବେ ? ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ବିଜେପିର ହାଇକମାଣ୍ଡ ? ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା 24ବର୍ଷ ପଛକୁ ପଳେଇବ । ଆଗରୁ କଂଗ୍ରେସ ଦଳ ବି ଥିଲା, ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ, ତେଣୁ ସେତେବେଳେ କିଛି କାମ ହୋଇପାରେନି । ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବିପୁଳ ଧନ ଜୀବନ କ୍ଷୟ କ୍ଷତି ଘଟିଥିଲା ।ଜାତୀୟ ଦଳମାନେ ହାଇକମାଣ୍ଡ ଉପରେ ନିର୍ଭରଶୀଳ, ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ, ସେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲିବେ, କିନ୍ତୁ ଆମ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ତାଙ୍କ ରିମୋଟ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି । ଓଡ଼ିଶାର ବିକାଶ ଉପରେ ବିରୋଧୀଙ୍କ ମନ୍ତବ୍ୟ ଉପରେ ଟିପପ୍‍ଣୀ ଦେଇ କହିଥିଲେ ଯେ, ଓଡ଼ିଶା ବିକାଶ ଓ ରୂପାନ୍ତର ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଯାଉଛି କିନ୍ତୁ ବିରୋଧୀଙ୍କୁ ଦେଖାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଆପଣ କେତେମାତ୍ରାରେ ଭଲ ପାଆନ୍ତି, ଏତେ ସକାଳୁ ଏତେ ବଡ଼ ସମାବେଶ ଦେଖି ଜଣାପଡ଼ୁଛି, ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ ।ଉପସ୍ଥିତ ଜନତାଙ୍କୁ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି ? ପ୍ରତ୍ୟୁତ୍ତରରେ ସମବେତ ଜନତା ଉଚ୍ଛ୍ୱସିତ ସ୍ୱରରେ ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ । ଲୋକଙ୍କୁ ବିକାଶର ହିସାବ ଦେଇ ସେ କହିଥିଲେ ଯେ ହିଞ୍ଜିଳି-ଶେରଗଡ଼ର ଜଗନ୍ନାଥ ମନ୍ଦିର, ତାରାତାରିଣୀ, ସ୍ୱପ୍ନେଶ୍ୱର ଓ ଉଦୟନାଥ ମନ୍ଦିରର ଉନ୍ନତି ପାଇଁ ୧.୩୦ କୋଟି ଟଙ୍କା, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୧୭୦ କୋଟି ଟଙ୍କା, ଏହି ପ୍ରକଳ୍ପ ଜରିଆରେ ୭୦୦୦ ଏକର ଜମିକୁ ଜଳସେଚନ ସୁବିଧା ମିଳିବ ।

ସେହିପରି ଶେରଗଡ଼ ଓ ପଥରପୁଙ୍ଗୀ ମେଗାଲିଫ୍ଟ ପାଇଁ ୬୦ କୋଟି ଟଙ୍କା, ୪୫ ଗୋଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ରେ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି । ଶେରଗଡ଼ କଲେଜକୁ କଟକ, ଭୁବନେଶ୍ୱରର ଅଗ୍ରଣୀ କଲେଜ ସହିତ ମୁଖ୍ୟମନ୍ତ୍ରୀ ସମକକ୍ଷ କରିଛନ୍ତି, ଆହୁରି ମଧ୍ୟ ଉଦୟପ୍ରତାପ ହାୟର ସେକେଣ୍ଡାରି ସ୍କୁଲ ଓ ଡିଗ୍ରୀ କଲେଜର ରୁପାନ୍ତରଣ କରିଛନ୍ତି, ପିତ୍ତଳ ହାୟର ସେକେଣ୍ଡାରି ସ୍କୁଲର ରୁପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା, କାଞ୍ଜିଆମା ହାଇସ୍କୁଲ, ପିତ୍ତଳ ଗାର୍ଲସ୍‍ ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର ହାଇସ୍କୁଲ ଏବଂ ବ୍ରାହ୍ମଣସାହୀ ହାଇସ୍କୁଲର ରୁପାନ୍ତରଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଇତ୍ୟାଦି ପିତ୍ତଳର ସ୍କୁଲ, କଲେଜ, ମନ୍ଦିର ଆଦି ଅନେକ ଅନୁଷ୍ଠାନର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ୧୦୦ ଟଙ୍କା, ୩୦୦ ଟଙ୍କା, ୫୦୦ ଟଙ୍କା ଭତ୍ତା ଥିଲା ଏବେ ମଧୁବାବୁ ପେନ୍‍ସନ୍‍ ରେ ଓଡ଼ିଶାର ୫୦ ଲକ୍ଷ ପରିବାର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version