୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ବିଜେଡ଼ି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଶୁକ୍ରବାର ସକାଳ ୧୦ ଟାରେ ଖାନନଗର ସ୍ଥିତ କାଳୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାଅର୍ଚ୍ଚନା କରି ମା , ଦକ୍ଷିଣ କାଳୀଙ୍କ ଆଶୀର୍ବାଦ ଭିକ୍ଷାକରିଥିଲେ । ପରେ ପରେ ଶ୍ରୀ ବେହେରା ନାମାଙ୍କନ ଦାଖଲ ପାଇଁ ଖାନନଗର ଠାରୁ ଦଳୀୟ ସମର୍ଥକଙ୍କ ସହ କଟକ ଜିଲ୍ଲାପାଳ ଅଫିସ ଅଭିମୁଖେ ବାହାରିଥିଲେ ।

କଟକ ସଦର ବ୍ଲକର ୨୩ ଗୋଟି ପଞ୍ଚାୟତ ଏବଂ ସିଏମସିର ୬ଗୋଟି ୱ।ର୍ଡ଼ରୁ ଆସିଥିବା ୪ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ମାନେ ବିରାଟ ମଟର ସାଇକେଲ ରାଲିରେ ଯାଇ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞିଥିଲେ । ବିଜେଡ଼ି ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ତାଙ୍କର ପ୍ରସ୍ତାବକ ଏବଂ ସମର୍ଥକଙ୍କୁ ନେଇ କଟକ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କରିଥିଲେ ।

ଏନେଇ ସିଏମସି ୫୯ ନମ୍ବର ୱ।ର୍ଡ଼ ଫୁଲନଖରାର ୱ।ର୍ଡ଼ ସଭାପତି ଞାନରଞନ ସାହୁ, ଆମଣ ପଞ୍ଚାୟତ ବିଜେଡି ସଭାପତି ବିପ୍ରଚରଣ ଭୋଳ , ୫୭ ନମ୍ବର ୱ।ର ବିଜେଡି ସଭାପତି ରଞ୍ଜନ କୁମାର ପାଲଙ୍କ ନେତୃତ୍ୱରେ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ଦକ୍ଷିଣ କାଳୀ ମନ୍ଦିର ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପପହଞ୍ଚିଥିଲେ । ସେହିପରି ବିଜେଡିର କଟକ ଲୋକସଭା ସାଂସଦ ସତୃପ୍ତ ମିଶ୍ର ମଧ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।
















