ସରଣକୁଳ ରେ ଲଡ଼ୁବାବାଙ୍କ ଆଶୀର୍ବାଦ ଭିକ୍ଷାକରି ନିଜ କର୍ମୀଙ୍କ ସହ ଗନ୍ତବ୍ୟସ୍ଥଳ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରି ନୟାଗଡ ବିଜେପି ବିଧାୟିକା ପ୍ରାଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ସହ ଏକ ବିଶାଳ ପଦଯାତ୍ରାରେ ଆସିଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ନିକଟରେ ଆଜି ଗୋଟିଏ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ଏହା ପରେ ନିଜ ପ୍ରତିକ୍ରୀୟାରେ ସୁରମା କହିଛନ୍ତି, ରଣପୁର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ସହ ଅପରାଧ,
ଦୁର୍ନିତୀ ଓ ଭୟ ମୁକ୍ତ ସମାଜ ଗଠନ କରିବା ତାଙ୍କ ପ୍ରାଥମିକ ଲକ୍ଷ୍ୟ ରହିଛି । ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ତଥା ଅଞ୍ଚଳ ଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି କହିଥିଲେ | ସେହିପରି ପୁରୀ ସାଂସଦ ପାର୍ଥି ସମ୍ବିଦି ପାତ୍ର ନିଜ ବକ୍ତବ୍ୟରେ କହିଛନ୍ତି ବିଜେପି ଯଦି କ୍ଷମତାକୁ ଆସେ ତେବେ ୧୦୦ଦିନ ମାଧ୍ୟ୍ୟରେ ନୟାଗଡରେ ଚାଷୀ ମାନଙ୍କ ସ୍ୱାର୍ଥ ନିମନ୍ତେ ଏକ ଚିନିକଳ କରିବା ସହ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ସମସ୍ତ ଯୋଜନାକୁ ଏହି ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ। ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରହିବା ପାଇଁ ଚାହୁଁଛନ୍ତି। ସମସ୍ତ ଆଶାୟୀ ଏକଜୁଟ୍ ହୋଇ ବିରୋଧୀଙ୍କ ସହ ଲଢ଼ି ବିଜେପି ପ୍ରାର୍ଥୀଙ୍କୁ ଜିତାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
© 2023 Odisha Taza News.