No Result
View All Result
୦୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାଳିମେଳା ବନାଞ୍ଚଳ କୁର୍ତ୍ତୀ ବନ ବିଭାଗ ତରଫରୁ ଜଙ୍ଗଲ ନିଆଁ ଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ କାଳିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉଣ୍ଡୁକୋଣ୍ଡା ସରପଞ୍ଚ କାନନ ଵେକ, ସମ୍ମାନୀତ ଅତିଥି ଭାବେ ଶିମିଳିବାଞ୍ଚା ପଞ୍ଚାୟତ ସରପଞ୍ଚ ଶିଙ୍ଗା ମାଡକାମି, କାଳିମେଳା ବନପାନ ମୁତ୍ୟୁଞୟ ସେଠୀ, ପଡ଼ିଆ ବନପାଳ ଫକୀର ଚରଣ ମାହାଲି, ଦେବା ମାଡକାମି ଓ ସ୍ଥାନୀୟ ଵନପାଳ ଅଲି ମହମ୍ମଦ ଖାଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କୁର୍ତ୍ତୀ ବନ ବିଭାଗ ଅଧିନରେ ଥିବା ସମସ୍ତ ବନ ସୁରକ୍ଷା ସମିତିର ସଭାପତି , ସ୍ବୟଂ ସହାୟକ ଗୋଷ୍ଠୀ, ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ସମସ୍ତ ଉପସ୍ଥିତ ଥିବା ଅତିଥି ମାନେ ଯୋଗଦେଇ ମହୁଳ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ଯୋଗୁଁ ମୁଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଉଛି । ଏଥି ସହିତ ବନ୍ୟଜନ୍ତୁମାନେ ଜନବସତି ମୁହଁ ହୋଊଛନ୍ତି ବୋଲି ଅଭିଭାଷଣ ରଖିଥିଲେ ।
ତେଣୁ ସମସ୍ତେ ସଚେତନତା ହେବା ଦରକାର ଯେମିତିକି ଜଙ୍ଗଲ ସୁରକ୍ଷା ହୋଇପାରିବା ସହିତ ବନ୍ୟଜନ୍ତୁମାନେ ମଧ୍ୟ ସୁରକ୍ଷିତ ଭାବେ ରହିପାରିଵେ ବୋଲି ଉପସ୍ଥିତ ଅତିଥି ମାନେ ଗ୍ରାମବାସୀମାନଙ୍କୁ ବୁଝାଇବା ସହ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲିମେଳା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ ସହ ପି ଏନଜିଓ ଷ୍ଟାଫ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କାଳିମେଳା ବନପାଳ ମୁତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିବାବେଳେ କୁର୍ତ୍ତୀ ବନ ବିଭାଗର ବନପାଳ ଅଲି ଅହମଦ ଖାଁ, ବନରକ୍ଷୀ ପାର୍ଥସାରଥୀ ରାଉତ ଓ ମମତା ବିଷୋୟୀ ସହଯୋଗ କରିଥିଲେ ।

No Result
View All Result