• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯାଜପୁରରେ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପ୍ରତି ସମର୍ଥନ ଓ ସମବେଦନା

Proprietor Abhimanyu Maharana by Proprietor Abhimanyu Maharana
April 20, 2024
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଯାଜପୁରରେ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପ୍ରତି ସମର୍ଥନ ଓ ସମବେଦନା
Share on FacebookShare on TwitterWhatsapp

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର  :->  ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟିର ଲୋକସଭା ପାର୍ଥୀ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କର ସପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ସମର୍ଥନ ଏବଂ ବ୍ୟାପକ ସମବେଦନା ପ୍ରକାଶ ପାଉଥିବାର ଲକ୍ଷ୍ୟ କରାଯାଉଛି। ଯୁବ, ଶିକ୍ଷିତ, ମହିଳା, ଚାଷୀ, ଗରିବ, ଗୁରୁବା, ତଫସିଲ ଭୁକ୍ତ ଜାତି ଓ ଜନଜାତିର ଭୋଟଦାତା ମାନଙ୍କର ପ୍ରଚଣ୍ଡ ଆସ୍ଥା ଓ ପ୍ରଚୁର ଆଶୀର୍ବାଦ ବଳରେ ଜୀବନର ପ୍ରଥମ ନିର୍ବାଚନୀ ଯୁଦ୍ଧରେ ଡ଼ଃ ବେହେରା ଜୀତାପଟ ହାସଲ କରିବାର ସମ୍ଭାବନା ଉଜ୍ଜ୍ୱଳ ଥିବା ଜଣାଯାଉଛି। ବିଶେଷକରି ଡ଼ଃ ବେହେରାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି, ସତେଜ ଚେହେରା,

ସଚ୍ଚୋଟ ଆଚରଣ, ଭଦ୍ର ବ୍ୟବହାର, ମିଷ୍ଟଭାଷୀ ସ୍ଵଭାଵ, ମେଳାପୀ ପ୍ରକୃତି,କଷ୍ଟସହିଷ୍ଣୁ ପ୍ରବୃତ୍ତି, ପରୋପକାରୀ ମନୋଭାବ, ଉଦାରମନା ଚରିତ୍ର, ମାନବିକ ଆଚାର ଏବଂ ସର୍ବୋପରି ଗରିବଙ୍କ ପ୍ରତି ଦରଦୀ ଦୃଷ୍ଟିଭଙ୍ଗୀକୁ ଆବାଳ ବୃଦ୍ଧବନିତା ପସନ୍ଦ କରୁଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଭୋଟଦାତା ମାନଙ୍କର ଆଶା ଓ ଆକାଂକ୍ଷାକୁ ଚରିତାର୍ଥ କରିବାକୁ ସେ ସମର୍ଥ ହେବେ ବୋଲି ଦମ୍ଭ ପ୍ରକାଶ କରି ଡ଼ଃ ବେହେରା, ଯାଜପୁର ବାସୀଙ୍କ ପାଇଁ ତାଙ୍କର ଦ୍ୱାର ସଦା ସର୍ବଦା ଖୋଲା ରହିବ ବୋଲି ଘୋଷଣା କରିଛନ୍ତି।

ବ୍ୟାପକ ମାତ୍ରାରେ ଦୁର୍ନୀତି ଯାଜପୁରର ବିକାଶରେ ସବୁଠାରୁ ବଡ଼ ବାଧକ ସାଜିଥିବା ଡ଼ଃ ବେହେରା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏଠାକାର ଅନ୍ୟାନ୍ୟ ଗୁରୁତର ସମସ୍ୟା ଗୁଡିକ ମଧ୍ୟରେ ତଫସିଲ ଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସରକାରୀ ଯୋଜନା ମାନଙ୍କର ସୁଫଳରୁ ବଞ୍ଚିତ କରାଯିବା,ସମଗ୍ର ଜିଲ୍ଲାରେ ଥିବା ମନ୍ଦିର ଗୁଡିକ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯିବା, ଆବଶ୍ୟକୀୟ ବଜାର ଓ ଶୀତଳ ଭଣ୍ଡାରର ଅଭାବରୁ ଚାଷୀମାନେ ସେମାନଙ୍କର ଫସଲର ଉପଯୁକ୍ତ ମୂଲ୍ୟ ନପାଇବା,

ସ୍ଥାନୀୟ ଯୁବକ ଯୁବତୀ ମାନେ ଉତ୍କଟ ବେକାରୀ ପରିସ୍ଥିତିର ଶୀକାର ହେବା ଏବଂ ଜିଲ୍ଲାରେ ସ୍ନାତକୋତ୍ତର ତଥା କୌଶଳଯୁକ୍ତ ଶିକ୍ଷାର ସୁବିଧା ନଥିବା ଆଦି ଅନ୍ତର୍ଭୁକ୍ତ ବୋଲି ସେ ସୁଚାଇଛନ୍ତି। ନିର୍ବାଚିତ ହେବାପରେ ଡ଼ଃ ବେହେରା ଉପରୋକ୍ତ ପ୍ରସଙ୍ଗ ଗୁଡ଼ିକର ଆଶୁ ସମାଧାନ ପାଇଁ ପ୍ରାଧାନ୍ୟର ସହିତ ଧ୍ୟାନ ଦେବେ ବୋଲି କହିଛନ୍ତି। ଏହା ସହିତ ଯାଜପୁର ସହରକୁ ରେଳପଥ ଦ୍ୱାରା ସଂଯୋଗ କରାଯିବା ଏବଂ ରତ୍ନଗିରି ଠାରେ ବୌଦ୍ଧକୀର୍ତ୍ତି ଓ ନୌବାଣିଜ୍ୟ ଐତିହ୍ୟ ଆଧାରିତ ଏକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଦିଗରେ ସେ ଅଗ୍ରାଧିକାର ଭିତ୍ତିରେ କେନ୍ଦ୍ର ସରକାରଙ୍କର ଧ୍ୟାନ ଆକର୍ଷଣ କରିବେ ବୋଲି ଡ଼ଃ ବେହେରା ଉଲ୍ଲେଖ କରିଛନ୍ତି।

ଏବେ ନିଜ ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ ବଢ଼ିଭୋରରୁ ରାତିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଘମାଘୋଟ ପ୍ରଚାର କାର୍ଯ୍ୟରେ ଵ୍ୟସ୍ତ ଥିବା ଡ଼ଃ ବେହେରାଙ୍କର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାର ଦେଖାଯାଉଛି। ପ୍ରସୁଲପୁର ବ୍ଲକର ହାଟସାହି ଗ୍ରାମ ନିବାସୀ, ଡ଼ଃ ବେହେରା ଜଣେ ଗାଁ ପୁଅ ହୋଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟରର ବରିଷ୍ଠ ନିର୍ଦ୍ଦେଶକ ଭାବରେ ନିଜର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତା ବଳରେ

ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଜାତୀୟ ସ୍ତରରେ ଯେଉଁଭଳି ଆକାଶଚୂମ୍ବୀ କୀର୍ତ୍ତିମାନ ଅର୍ଜ୍ଜନ କରିଛନ୍ତି, ତାହା ସମଗ୍ର ଯାଜପୁର ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ତାଙ୍କର ପ୍ରଶଂସକମାନେ ଦର୍ଶାଉଛନ୍ତି। ନିପଟ ମଫସଲର ଜଣେ ନିମ୍ନ ମଧ୍ୟବିତ୍ତ ଅନୁସୂଚିତ ଜାତି ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଡ଼ଃ ବେହେରାଙ୍କର ତୃଣମୂଳ ସ୍ତରରେ ଲୋକମାନଙ୍କର ଅଭାବ,ଅସୁବିଧା ତଥା ସେଗୁଡିକର ଦୂରୀକରଣର ପନ୍ଥା ସମ୍ପର୍କରେ ବ୍ୟକ୍ତିଗତ ସ୍ତରରେ ଅଭିଜ୍ଞତା ରହିଥିବା କଥା ଭୋଟଦାତା ମାନଙ୍କର ମନକୁ ଛୁଉଁଛି।

ରାଜନୈତିକ ସମୀକ୍ଷକ ମାନଙ୍କର ସଦ୍ୟତମ ଆକଳନ ଅନୁଯାୟୀ ଦୀର୍ଘ ଦିନ ଧରି ଯାଜପୁର ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ରହିଆସିଥିଲେ ହେଁ ଚଳିତଥର ଡ଼ଃ ବେହେରାଙ୍କର ଲୋକାଭିମୁଖୀ ବ୍ୟକ୍ତିତ୍ୱ ଏବଂ ଅଭୁତପୂର୍ବ ମୋଦୀ ଲହରୀ ପରିପ୍ରେକ୍ଷୀରେ ମା’ ବିରଜାଙ୍କର ଏହି ପବିତ୍ର କ୍ଷେତ୍ରରେ ପରିବର୍ତ୍ତିତ ରାଜନୈତିକ ସମୀକରଣ, ବିଜେପିକୁ ଦୀର୍ଘ ପ୍ରତୀକ୍ଷିତ ସଫଳତା ପ୍ରଦାନ କରିବାରେ ସହାୟକ ହେବ ବୋଲି ଧରାଯାଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version