• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

18ଶ ଲୋକସଭା ନିର୍ବାଚନ ଏବଂ 17ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସି ପି ଆଇ (ଏମ) ର ପ୍ରାର୍ଥୀ ଘୋଷଣା  

Proprietor Abhimanyu Maharana by Proprietor Abhimanyu Maharana
April 19, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
18ଶ ଲୋକସଭା ନିର୍ବାଚନ ଏବଂ 17ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସି ପି ଆଇ (ଏମ) ର ପ୍ରାର୍ଥୀ ଘୋଷଣା  
Share on FacebookShare on TwitterWhatsapp

ବିଜେପି ଏବଂ ତା’ର ସହଯୋଗୀ ଦଳ ମାନଙ୍କୁ ପରାସ୍ତ କର l ଲୋକସଭା ଏବଂ ବିଧାନସଭା ରେ ସି ପି ଆଇ(ଏମ) ଏବଂ ବାମପନ୍ଥୀ ମାନଙ୍କର ଶକ୍ତି ବୃଦ୍ଧି କର  l କେନ୍ଦ୍ର ରେ ଏବଂ ରାଜ୍ୟରେ ଏକ ବିକଳ୍ପ ଧର୍ମନିରପେକ୍ଷ ସରକାର ପ୍ରତିଷ୍ଠା କର l

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ନରେନ୍ଦ୍ର ମୋଦି ସରକାର ହେଉଛନ୍ତି ଏକ ମିଥ୍ୟାବାଦୀ, ଜନ ବିରୋଧୀ ଏବଂ ଏକଛତ୍ରବାଦୀ ସରକାର l ଖୋଦ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପ୍ରତିଷ୍ଠା ର କର୍ତ୍ତା ସାଜିବା ଏବଂ ଧର୍ମ ନାମ ରେ ଭୋଟ ମାଗି ଦେଶର ଧର୍ମନିରପେକ୍ଷତା କୁ ହତ୍ୟା କରିଛନ୍ତି l ମୋଦିଙ୍କ ନେତୃତ୍ୱ ରେ ଦେଶର ଧର୍ମନିରପେକ୍ଷ ଗଣତନ୍ତ୍ର, ସାମାଜିକ ନ୍ୟାୟ, ଆର୍ଥିକ ସାର୍ବଭୌମତ୍ୱ ଏବଂ ସଂଘୀୟ ଢାଞ୍ଚା ଭୁଲୁଣ୍ଠିତ ହୋଇଛି l ନିର୍ବାଚନୀ ବଣ୍ଡ ନାମ ରେ ରାଜନୈତିକ ଦୁର୍ନୀତି କୁ ଏହି ସରକାର ବୈଧ କରଣ କରି ବିଶ୍ୱ ର ସବୁଠାରୁ ବଡ଼ ଦୁର୍ନୀତି କରିଛନ୍ତି l ଦେଶର ସମ୍ପତ୍ତି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଏବଂ ଦେଶର ସମ୍ପଦ ଖଣି, ଜଙ୍ଗଲ ଏବଂ ଜମିକୁ ଗୋଡି ମାଟି ମୂଲ୍ୟ ରେ ମୃଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି l

ଉତ୍କଟ ଦରବୃଦ୍ଧି ରେ ଜନସାଧାରଣ ଜର୍ଜରିତ l ବିଗତ 45ବର୍ଷ ଭିତରେ ବେକାରୀ ସମସ୍ୟା ଏହିଭଳି ଭୟଙ୍କର ରୂପ କେବେ ନେଇ ନଥିଲା l ଶିଳ୍ପ ଜଗତ ରେ ମାନ୍ଦା ଅବସ୍ଥା l କୃଷି କ୍ଷେତ୍ର ରେ ସଂକଟ ତୀବ୍ରତର ହୋଇଛି l କୃଷକ ର ଫସଲ ପାଇଁ ଏମ ଏସ ପି ର ଆଇନ ଗତ ଗ୍ୟାରେଣ୍ଟି ଏବଂ କୃଷି ଋଣ ଛାଡ଼ କଲେ ନାହିଁ l ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ପ୍ରଚଳିତ ଥିବା 44ଟି ଆଇନ ମଧ୍ୟ ରୁ 15 ଟି ଆଇନ କୁ ବିଲୋପ କଲେ l ବାକି 29 ଟି ଆଇନ କୁ ନେଇ 4ଟା ଶ୍ରମ କୋଡ଼ ରେ ପରିଣତ କରି ଶ୍ରମିକ ମାନଙ୍କର ସମସ୍ତ ଅଧିକାର କୁ ଖର୍ବ କରିଛନ୍ତି l ଏହି ପରିସ୍ଥିତି ରେ ବିଜେପି ସରକାର କୁ ପରାସ୍ତ କରିବା ପାଇଁ ରାଜ୍ୟବାସୀଙ୍କୁ ସି ପି ଆଇ(ଏମ) ନିବେଦନ କରିଛି l ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ,ଆର୍ଥିକ ସାର୍ଵଭୌମତ୍ୱ ଏବଂ ସର୍ବୋପରି ସମ୍ବିଧାନ ର ସୁରକ୍ଷା ପାଇଁ ବିଜେପି ସରକାର ପରାସ୍ତ ହେବା ଜରୁରୀ ବୋଲି ସି ପି ଆଇ(ଏମ) କହିଛି l

ଠିକ ସେହିଭଳି ଓଡିଶା ରେ ନବୀନ ପଟ୍ଟନାୟକ ସରକାରଙ୍କ 24ବର୍ଷ ର ଶାସନ ରେ ରାଜ୍ୟବାସୀଙ୍କର ମୌଳିକ ସମସ୍ୟା ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ l ବେକାରୀ ସମସ୍ୟା ବିଶେଷ କରି ପ୍ରବାସୀ ଶ୍ରମିକ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ବିଜେପି ର ଘନିଷ୍ଠ ମିତ୍ର ଭାବେ ଏହି ଦଳ ଏବଂ ତା’ର ସରକାର କାର୍ଯ୍ୟ କରୁଛନ୍ତି l ବିଜେପି ର ସମସ୍ତ ଜନ ବିରୋଧୀ ବିଲ, ପ୍ରସଙ୍ଗ ଏବଂ ନିତୀ କୁ ବିଜେଡି ସରକାର ବିଗତ ଦଶ ବର୍ଷ ଧରି ସମର୍ଥନ ଦେଇ ଆସିଛି l ଶାସନ ଏବଂ ସରକାର ରେ ମାତ୍ରାଧିକ ଅମଳତାନ୍ତ୍ରିକତା ବୃଦ୍ଧି ଗଣତନ୍ତ୍ର ପ୍ରତି ଶୁଭ ସୂଚନା ନୁହେଁ l ଆସନ୍ନ ନିର୍ବାଚନ ଘୋଷଣା ପୂର୍ବରୁ ମେଣ୍ଟ ପାଇଁ ଚାଲିଥିବା କସରତ ରେ ବିଜେପି-ବିଜେଡି ର ସମ୍ପର୍କ ରାଜ୍ୟବାସୀଙ୍କ ପାଖରେ ଆହୁରି ସ୍ପଷ୍ଟ ହୋଇଯାଇଛି  l

ସି ପି ଆଇ(ଏମ) ବିଜେଡି ର ବିଜେପି ସମର୍ଥନ ବାଦୀ ଚରିତ୍ର ଏବଂ ଜନ ବିରୋଧୀ ନିତୀ କୁ ବିରୋଧ କରୁଛି  l ରାଜ୍ୟରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ପାଇଁ ବିଜେଡି କୁ ପରାସ୍ତ କରିବା ପାଇଁ ସି ପି ଆଇ(ଏମ) ଆହ୍ୱାନ କରିଛି  l ଏହି ପୃଷ୍ଠଭୂମି ରେ ସି ପି ଆଇ(ଏମ) ଚଳିତ ସାଧାରଣ ନିର୍ବାଚନ ପାଇଁ ଗୋଟିଏ ଲୋକସଭା ଆସନ ଏବଂ 7ଟି ବିଧାନସଭା ଆସନ ରେ ପ୍ରତିଦ୍ବନ୍ଦୀତା କରିବା ପାଇଁ ନିଷ୍ପତ୍ତି କରିଛି l ଜନସାଧାରଣଙ୍କର ଏବଂ ଜନସ୍ୱାର୍ଥ ର ଜାଗ୍ରତ ପ୍ରହରୀ ହେଉଛି ସି ପି ଆଇ(ଏମ) l ଆଜିର ପରିସ୍ଥିତି ରେ ଲୋକସଭା ଏବଂ ବିଧାନସଭା ରେ
ସି ପି ଆଇ(ଏମ) ଏବଂ ବାମପନ୍ଥୀ ମାନଙ୍କର ଶକ୍ତି ବୃଦ୍ଧି ହେବା ଦେଶ ଏବଂ ରାଜ୍ୟର ସ୍ୱାର୍ଥ ପାଇଁ ଜରୁରୀ ଆବଶ୍ୟକତା ଅଟେ l ସି ପି ଆଇ(ଏମ) ତା’ର ସମସ୍ତ ଶକ୍ତି ଦେଇ ଉପୋରକ୍ତ ରାଜନୈତିକ ଲକ୍ଷ୍ୟ କୁ ହାସଲ କରିବା ପାଇଁ କାର୍ଯ୍ୟ କରିବ l

ଭୁବନେଶ୍ୱର ଲୋକସଭା ରେ ଏବଂ ସାତୋଟି ବିଧାନସଭା ଆସନ ରେ ସି ପି ଆଇ(ଏମ) ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ପାର୍ଟି ନିବେଦନ କରିଛି l ବଣାଇ ବିଧାନସଭା ଆସନ ରେ ସି ପି ଆଇ (ଏମ) ର କଂଗ୍ରେସ ସହିତ ଆସନ ବୁଝାମଣା ହୋଇଛି l ସୁତରାଂ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ସି ପି ଆଇ(ଏମ) କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି l ଉଭୟ ଦଳ ର ମିଳିତ ପ୍ରଚାର ଅଭିଯାନ ଜାରି ରହିଛି  l ଅନ୍ୟ ସମସ୍ତ ଆସନ ରେ ଇ ଣ୍ଡି ଆ ମଞ୍ଚ ର ଅଂଶୀଦାର ଦଳ ମାନଙ୍କର ବିକଳ୍ପ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ  l

ଲୋକସଭା ରେ ଏବଂ ବିଧାନସଭା ରେ ବିଜେପି ଏବଂ ବିଜେଡି କୁ ପରାସ୍ତ କରିବା ପାଇଁ ସି ପି ଆଇ(ଏମ) ତମାମ ରାଜ୍ୟର ନିର୍ବାଚନ ମଣ୍ଡଳୀ ୱାରୀ ବିଶେଷ ଏବଂ ଭିନ୍ନ ଭିନ୍ନ ପରିସ୍ଥିତି ରେ ଯଥାର୍ଥ କୌଶଳ ଅବଲମ୍ବନ କରିବ l ଆଜି ସି ପି ଆଇ(ଏମ) ରାଜ୍ୟ ଅଫିସ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଦଳର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟ ରେ ସି ପି ଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି,ସନ୍ତୋଷ ଦାସ,ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ଜମେଶ୍ୱର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l

ସି ପି ଆଇ(ଏମ) ର ପ୍ରାର୍ଥୀ ତାଲିକା :- ଲୋକସଭା ଆସନ

1) ଭୁବନେଶ୍ୱର ଲୋକସଭା :- ସୁରେଶ ଚନ୍ଦ୍ର ପାଣିଗ୍ରାହୀ

ଓଡିଶା ବିଧାନସଭା ଆସନ ଜିଲ୍ଲା

1) ବଣାଇ :- ଲକ୍ଷ୍ମଣ ମୁଣ୍ଡା(ଏସ ଟି) ସୁନ୍ଦରଗଡ଼

2) ନୀଳଗିରି :- ଯୋଗାନନ୍ଦ ଦାସ ବାଲେଶ୍ୱର

3) ରଣପୁର :- ସରୋଜ ନାୟକ ନୟାଗଡ

4) ଖୋର୍ଦ୍ଧା :- ଗିରିଶ ମହାରଣା ଖୋର୍ଦ୍ଧା

5) ସାଲେପୁର :-ବଦ୍ରି ନାରାୟଣ ଦାସ କଟକ

6) ମୋରଡା :- ମୃତ୍ୟୁଞ୍ଜୟ ବେହେରା ମୟୁରଭଞ୍ଜ

7) ଚିତ୍ରକୋଣ୍ଡା :- ରଘୁନାଥ ହନ୍ତାଳ(ଏସ ଟି) ମାଲକାନଗିରି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“Industry Must Lead Skill Development and Innovation to Drive Economic Growth”: Bhupendra Singh Poonia

ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ

October 11, 2026

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

October 11, 2026
ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ

October 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“Industry Must Lead Skill Development and Innovation to Drive Economic Growth”: Bhupendra Singh Poonia

ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ

October 11, 2026
“Industry Must Lead Skill Development and Innovation to Drive Economic Growth”: Bhupendra Singh Poonia

“Industry Must Lead Skill Development and Innovation to Drive Economic Growth”: Bhupendra Singh Poonia

October 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version