No Result
View All Result
୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ବଡଚଣା ବ୍ଲକ ଅନ୍ତର୍ଗତ ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସୁରେନ୍ଦ୍ର ଦେହୁରୀଙ୍କ ପୁଅ ରାମ ଦେହୁରୀ ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ବବୁରୀ ଠାରେ ଥିବା ଏକ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲା। ମାତ୍ର ଗତ କାଲି ବିଳମ୍ବିତ ରାତ୍ରିରେ ରାମ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଡାକ୍ତର ରାମକୁ ମୃତ୍ୟୁ ଘୋଷଣା କରିଥିଲେ। ରାମର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୋମବାର ଦିବା ୧୧ଘଟିକା ସମୟରେ ରାମର ମର ଶରୀର ନିଜ ଗ୍ରାମ ବରୁଣିଆ ରେ ପହଞ୍ଚିବା ପରେ ଏକ ଶୋକର ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି । ରାମର ୮ବର୍ଷ ଝିଅ ଓ ୫ବର୍ଷର ପୁଅ ଥିବା ଅଛି । ପରେ ରାମ ର ମରଶରୀର ନିଜ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି ।

No Result
View All Result