No Result
View All Result
୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ନିରାକାରପୁର :-> ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଖୋର୍ଦ୍ଧା ଏସପି ଭାବେ ନୂତନ କରି ଯୋଗ ଦେଇଥିବା ଡି ଆଇ ଜି ଅଭିନାଶ କୁମାର ଜିଲ୍ଲାର ସମସ୍ତ ଥାନା ପରିଦର୍ଶନ କରି ଥାନା ଓ ତାର ଅଞ୍ଚଳ ବିଷୟରେ ତଦାରଖ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଥାନା ଆଇଆଇସି ମାନଙ୍କୁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳୁଛି।

ଆଜି ଜିଲ୍ଲାର ଜଂକିଆ ଥାନା ଏସପି ପହଞ୍ଚିବା ପରେ ତାଙ୍କୁ ଥାନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଆଇଆଇସି ପ୍ରଜ୍ଞା ରିତମ୍ଭରା କର ସ୍ବାଗତ ଜଣାଇ ଥାନାକୁ ପାଛୋଟି ନେଇଥିଲେ। ତାଙ୍କ ସହିତ ଖୋର୍ଦ୍ଧା ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଜଂକିଆ ଥାନାରେ ପହଞ୍ଚିଥିଲେ।
ସେ ଥାନା ର ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ସହିତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆସନ୍ତା ସାଧାରଣ ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳାରେ କରିବା ପାଇଁ କି କି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ସେ ବିଷୟରେ ଆଲୋଚନା କରିଥିଲେ। ସେହିପରି ନିରାକାରପୁର ଥାନାକୁ ଗତ ୧୦ ତାରିଖରେ ଆସି ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

No Result
View All Result