୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ମୃତ୍ୟୁ କେମିତି ଓ କେତେବେଳେ ଆସିବ ତାହା କାହାକୁ ଜଣା ନଥାଏ । ଘରୁ ଯାଇଥିଲେ ଛେଳି ଚରାଇବାକୁ କିନ୍ତୁ ଶବ ହୋଇ ଘରକୁ ଫେରିଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ଥାନା ଅମେଡା ପଞ୍ଚାୟତ ରାଇଗୁମା ଗ୍ରାମରେ ।

ମୃତ ବ୍ୟକ୍ତି ଜଣକ ହେଲେ ଯଦୁମଣି ଦଣ୍ଡସେନା (52) । ଯଦୁମଣି ସବୁଦିନ ଭଳି ସକାଳୁ ଉଠି ନିତ୍ବକର୍ମ ସାରି ଛେଳି ଗୋଠ ଧରି ଗାଁ ନିକଟରେ ଥିବା ଜଙ୍ଗଲକୁ ଚରାଇବାକୁ ଯାଇଥିଲେ । ଅପରହ୍ନରେ କୌଣସି କାରଣରୁ ଯଦୁମଣି ଜଙ୍ଗଲରେ ଅଚେତା ଅବସ୍ଥାରେ ପଡିରହିଥିବା ସ୍ଥାନୀୟ କିଛି ଲୋକ ଦେଖି ତାଙ୍କୁ ଘରକୁ ଆଣିଥିଲେ ।
ପରେ ଅଟୋ ଯୋଗ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା କିନ୍ତୁ ସେଠାକାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏ ବାବଦରେ ରାମଗିରି କେସ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପାରଳାଖେମଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ରାମଗିରି ଥାନା ଅଧିକାରୀ ଗଜପତି ଦୋରା ସୂଚନା ଦେଇଛନ୍ତି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।














