୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ତାଳକଣୀ ଗ୍ରାମ ପଞ୍ଚାୟତର ଗୋବର୍ଦ୍ଧନ ପୁର ଗ୍ରାମର ତାରିଣୀ ଦେବୀଙ୍କ ପୀଠରେ ଗତ ୧୧ ଏପ୍ରିଲ ଗୁରୁ ବାର ଠାରୁ ଆରମ୍ଭ ହୋଇ ଆଜି ୧୩ ଏପ୍ରିଲ ଶନି ବାରରେ ତାରିଣୀ ଦେବୀଙ୍କ ଦଶମ ବାର୍ଷିକ ଉତ୍ସବ ଅବସରରେ ଯଜ୍ଞ ପୂର୍ଣ୍ଣାହୁତି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ତାଳକଣି ପଞ୍ଚାୟତର ସମସ୍ତ ଗ୍ରାମ ବାସୀ (ଗୋବର୍ଦ୍ଧନ ପୂର୍, ବାଲିପାଟଣା, ତାଳକଣି, ପାଟପୁର, ନଛୁପୂର୍ )ମାନେ ସହଯୋଗ କରିଥିଲେ, ପ୍ରାୟ ୧୫ ସହ ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।

ଜନ ସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ରାମ ନାଟକର ବ୍ୟବସ୍ଥା କରାଯାଇଥିଲା। ଯଜ୍ଞ କମିଟିର ସଭାପତି ଅରକ୍ଷିତ ମହାନ୍ତି ( ବାଲି ପାଟଣା), ସଂପାଦକ ରତ୍ନାକର ସ୍ବାଇଁ ( ଗୋବର୍ଦ୍ଧନ ପୁର) ଙ୍କ ଉଦ୍ୟମରେ ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ସୁଧାକର ସାମନ୍ତରାୟ, ତାରେଶ୍ୱର୍ ସ୍ବାଇଁ, ବିରେନ୍ଦ୍ର ମହାପାତ୍ର, ଆରତ ମହାପାତ୍ର, ସନ୍ତୋଷ ମହାପାତ୍ର,ଆଦି ଗୋବର୍ଦ୍ଧନ ପୁର ଓ ବାଲି ପାଟଣା ର ଯୁବକ ମାନେ ଅକ୍ଲାନ୍ତ ପରିଶ୍ରମ କରି ଯଜ୍ଞ କାମ ଓ ପ୍ରସାଦ ବଣ୍ଟନ ଅତି ସୁଚାରୁ ରୁପେ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଉଭୟ ମହିଳା ଓ ପୁରୁଷ ଭକ୍ତ ମାନେ ହଜାର ସଂଖ୍ୟାରେ ପୂର୍ଣ୍ଣାହୁତି ସନ୍ଧ୍ୟାରେ ଉପସ୍ଥିତ ରହି ତାରିଣୀ ଦେବୀଙ୍କର ଜୟ ଜୟ କାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତଳକଣୀ ସରପଂଚ ପ୍ରଦୀପ ସାମନ୍ତରାୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ଉପସ୍ଥିତ ରହି ମା ତାରିଣୀ ଦେବୀଙ୍କ ଆଶୀର୍ବାଦ ନେବା ପାଇଁ ପାଖ କୁଳାସର, ଗଡବାଣୀକିଲୋ, ଲୋଧାଚୁଆ ପଞ୍ଚାୟତର ବାସିନ୍ଦା ମାନଙ୍କୁ ନିମନ୍ତ୍ରଣ କରଯାଇଥିଲା। ଆଜିର ଦିନରେ ତାରିଣୀ ମନ୍ଦିର ପ୍ରାଙ୍ଗଣ ଏକ ଆଧ୍ୟାତ୍ମିକ ପରିବେଶ ରେ ପରିଣତ ହୋଇଥିଲା। ନିକଟସ୍ଥ ବେଣୁଧର ପୁର ଗ୍ରାମର ରୋଷେଇଆ ମଧୁ ସୁଦନ କର ଓ ଗୁଲା ମିଶ୍ର ଚାରି ଦିନ ଧରି ଭକ୍ତ ମାନଙ୍କ ପାଇଁ ପ୍ରାସାଦ ରୋଷେଇ କରୁ ଥିଲେ।















