No Result
View All Result
୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗତର ଭାବେ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମୁଣ୍ଡ ଫଟା ଖରା ଏବଂ ଅସହ୍ୟ ଗରମ ଅନୁଭୂତ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି କେ. ଏମ. ଭାଲିଆ ସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜୁନିଅର ରେଡ଼କ୍ରସ ଆନୁକୂଲ୍ୟରେ ଜଳଛତ୍ରର ବ୍ୟବସ୍ଥା କରିଛନ୍ତି l ପ୍ରକାଶ ଥାଉକି, ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ଅବlରସିଂ ଗ୍ରାମ ପଂଚାୟତ ଅଧୀନରେ ଥିବା କେ. ଏମ. ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନାରେ ସମାଜ ସେବାକୁ ଈଶ୍ୱରଙ୍କର ସେବା ଭାବରେ ଆପଣେଇଛନ୍ତି l

ବିଦ୍ୟାଳୟରେ ଥିବା ଜୁନିଅର ରେଡକ୍ରସର ଜୁନିୟର୍ସମାନେ ଜଳଛତ୍ରରେ ନିଜକୁ ସାମିଲ କରି ସମାଜ ସେବାର ମହତ୍ତ୍ୱକୁ ପ୍ରଦର୍ଶନ କରାଇଛନ୍ତି l ଫଳତଃ ଟାଣ ଖରା ସମୟରେ ଅଟୋ, ମଟର ସାଇକେଲ, ସାଇକେଲ ତଥା ପାଦରେ ଚାଲି ଚାଲି ଯାତାୟତ କରୁଥିବା ଲୋକମାନଙ୍କୁ ତତ ସହିତ ଟ୍ରାକ୍ଟର ଏବଂ ବସ ଯୋଗେ କାର୍ଯ୍ୟକ୍ଷେତ୍ରକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ପାନୀୟ ଜଳ ବିତରଣ କରିଵା ସହିତ ଅଂଶୁଘାତରୁ କିପରି ରକ୍ଷା ପାଇବେ, ଏ ସମସ୍ତ ବିଷୟରେ ସଚେତନ କରାଇଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ରହିବା ସହିତ ଜେ.ଆର.ସି. ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ ଏବଂ ଜେ.ଆର.ସି. ଆର.ପି.ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏଥିରେ କେଦାରନାଥ କର ଏବଂ ସୁଶାନ୍ତ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ l ଦେଖାଯାଇଛି ଯେ ସ୍ଥାନୀୟ ଲୋକମାନେ ଏହି କାର୍ଯ୍ୟକ୍ରମର ଭୁରି ଭୁରି ପ୍ରଶଂସା କରିଛନ୍ତି l

No Result
View All Result