୦୭ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ପରିବାର ତରଫରୁ ଆଜି ” ସହଯୋଗ” ର ଶୁଭେଚ୍ଛୁ ହିମାଂଶୁ ଶେଖର ମହାନ୍ତିଙ୍କ ପିତା ସ୍ବର୍ଗତ ନୀଳମଣୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଓଗାଳପୁର ସ୍ଥିତ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ପାଉଁରୁଟି, ବିସ୍କୁଟ, ମୁଢ଼ି, ପାଣି ବୋତଲ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆମର ବରିଷ୍ଠ ଉପଦେଷ୍ଟା ଶ୍ୟାମ ସୁନ୍ଦର ପଟ୍ଟନାୟକ, ସକ୍ରିୟ ସଭ୍ୟ ଜ୍ଞାନ ରଞ୍ଜନ ଦାଶ,ବିଶ୍ଵନାଥ ଭୂୟାଁ, ପ୍ରତ୍ୟୁଷ କୁମାର ସାମନ୍ତରାୟ ଓ ପ୍ରଭାକର ଜୟସିଂହ ପ୍ରମୁଖ ସହଯୋଗ କରିଥିଲେ। ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଜାତୀୟ ରାଜପଥ ରେ ବୁଲୁ ଥିବା ଅସହାୟ ବ୍ୟକ୍ତିଙ୍କୁ ବି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।















