No Result
View All Result
୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାରେ ରହିଛି ଦୁଇଟି ନିର୍ବାଚନ ମଣ୍ଡଳୀ। ଗୋଟିଏ ପାରଳାଖେମୁଣ୍ଡି ଓ ଅନ୍ୟଟି ହେଉଛି ମୋହନା। ବହୁ ଅପେକ୍ଷାର ଅନ୍ତ୍ ଘଟାଇ ଦୁଇଟି ନିର୍ବାଚନ ମଣ୍ଡଳୀ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି। ହେଲେ ଏବେ ମୋହନା ନିର୍ବାଚନ ମଣ୍ଡଳୀ ଲାଗି ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ଟିକଟ ମିଳିଲା ପରେ ଦଳୀୟକର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଆଜି ଶ୍ରୀ ଗମାଙ୍ଗ ରାମଗିରି ମାଁ କୁରେଇଶୁଣି ଙ୍କ ଠାରେ ପୂଜା ଅର୍ଚନାକରି ଆଶିର୍ବାଦ ନେଇଥିଲେ। ପରେ ଜଗନ୍ନାଥ ମନ୍ଦିର ଯାଇ ପୂଜକଙ୍କ ଆଶ୍ରୀର୍ବାଦ ନେଇଥିଲେ। ଶେଷରେ ରାମଗିରି ଖ୍ରୀଷ୍ଟିଆନ ଚର୍ଚ୍ଚରେ ପହଞ୍ଚି ପ୍ରାର୍ଥନା ସହ ଚର୍ଚ୍ଚ ମୂଖିଆଙ୍କ ଠାରୁ ପ୍ରର୍ଥନାର ଆଶିଷ ଭିକ୍ଷା ପାଇଥିଲେ। ଏ ସମସ୍ତ କାର୍ଯକ୍ରମ ହେବା ଜାଣି ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ,ନୂଆଗଡ, ରା ଉଦୟଗିରି ଓ ମୋହନା ବ୍ଲକର ଅନେକ ଜଣାଶୁଣା ବିଜେଡିର ବରିଷ୍ଠକନିଷ୍ଠ କର୍ମୀ ଆସି ଉପସ୍ଥିତ ରହି ସ୍ବାଗତ କରିଥିଲେ।

ଶ୍ରୀ ଗମାଙ୍ଗ ରାମଗିରିରେ ପହଞ୍ଚିଲା ପରେ ଅନେକେ ପୁଷ୍ପମାଲ୍ୟ , ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ବାଗତ ପରେ ସେ କୁରେଈଶୁଣି ମନ୍ଦିରରେ ପ୍ରବେଶ କରିଥିଲେ। ପରେ ଜଗନ୍ନାଥ ମନ୍ଦିର ଓ ରାମଗିରି ଖ୍ରୀଷ୍ଟିଆନ ଚର୍ଚ୍ଚ କାର୍ଯକ୍ରମ ପରେ ନିର୍ବାଚନ ପ୍ରଚାର ଲାଗି ପ୍ରସ୍ତୁତ ହେବେ ବୋଲି ମଧ୍ୟ ଶ୍ରୀ ଗମାଙ୍ଗ ସୂଚନା ଦେଇଥିଲେ। ପୁଣି ଆସିଥିବା ସମସ୍ତ ଦଳୀୟ କର୍ମୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଫେରିଥିଲେ।


No Result
View All Result