୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଥୁଆବାରୀ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସି ଆର ସି ସି ବିଜୟ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ସମ୍ମାନୀତ ଅତିଥି ଭାବେ ପାରାଢିପି ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ଥୁଆବାରୀ ଗ୍ରାମ ସଭାପତି ତ୍ରିନାଥ ସାହୁ,ସମ୍ପାଦକ ଭଗବାନ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ମନୋଜ କୁମାର ସେଠୀ,ମୋ ସ୍କୁଲ ସଭାପତି ପ୍ରବୀଣ କୁମାର ସ୍ବାଇଁ,

ଡମୁଣି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବନ୍ଧୁଆ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା , ଆକାଉଣ୍ଟାଣ୍ଟ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଅବସର ଗ୍ରହଣ କରିଥିବା ଥୁଆବାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା ଙ୍କୁ ମୁଖ୍ୟ ଅତିଥି ମାନପତ୍ର ,ଉପ ଢୌକନ, ପ୍ରୋଭିଜିନାଲ ପେନସନ ଅଡର ପ୍ରଦାନ କରି ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ତତ୍ ସହିତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା କିପରି ଛାତ୍ର ବତ୍ସଳ, ସମୟାନୁବର୍ତ୍ତି,ଦାୟିତ୍ବବାନ ଶିକ୍ଷକ ଥିଲେ ସେ ଉପରେ ଅତିଥି ମାନେ କହିଥିଲେ।ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା ସି ଆର ସି ସି ଭାବେ ମଧ୍ଯ ଦାୟିତ୍ଵ ସୁଚାରୁରୂପେ ସମ୍ପାଦନ କରି ବ୍ଲକ୍ ରେ ବେଶ ପରିଚିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଥୁଆବାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରକାଶ କୁମାର ବେହେରା।













