• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ : ସିଦ୍ଧାନ୍ତ ମହାପାତ୍ର

Proprietor Abhimanyu Maharana by Proprietor Abhimanyu Maharana
April 4, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ : ସିଦ୍ଧାନ୍ତ ମହାପାତ୍ର
Share on FacebookShare on TwitterWhatsapp

 “ମାତୃଭାଷା ଆମ ପରିଚୟ ହୋଇ ରହିଛି କି”?

 ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୩ ବର୍ଷ ଶାସନରେ ରହିବି ଓଡିଆ ନକହି ପାରିବା ଓଡ଼ିଶାବାସୀଙ୍କ ମନକୁ କଷ୍ଟ ଦେଉଛି

 ଆଜିବି ମୁଖ୍ୟମନ୍ତ୍ରୀ ଦୁଇପଦ ଓଡ଼ିଆରେ କଥା କହିବା ପାଇଁ ରୋମାନ ଇଂରାଜୀ ଲିିପିର ସାହାଯ୍ୟ ଓ ସହଯୋଗ ନେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ

 ପବିତ୍ର ‘ଉତ୍କଳ ଦିବସ’ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସୁଆଣ୍ଡୋକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସମୟ ହେଲାନାହିଁ କାହିଁକି ?

 ନିଜ ପ୍ରତିନିଧି ଭାବେ ଜଣେ ନୀଳ ବର୍ଣ୍ଣ ଶୃଗାଳଙ୍କୁ ପଠାଇଲେ କାହିଁକି ?

 କାନ୍ତକବିଙ୍କୁ ‘କଣ୍ଠକବି’ ବୋଲି କହିବା ଆଜିର ଓଡ଼ିଆ ଭାଷାର ସ୍ଥିତି ଦର୍ଶାଉଛି

 ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ

୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ମା, ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’, ମାଟିକୁ କେହି ଆଜି ଯାଏ ଅସ୍ୱୀକାର କରିନାହାନ୍ତି । କିନ୍ତୁ “ମାତୃଭାଷା ଆମ ପରିଚୟ ହୋଇ ରହିଛି କି” ତାହା ଆଜିର ଦିନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପୂର୍ବତନ ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମାତୃଭାଷା ଆମର ଅସ୍ମିତା ଓ ସ୍ୱାଭିମାନ । ଯଦି ମୁଁ ନିଜ ମାତୃଭାଷା କହିପାରୁନି ବା ତା’ପ୍ରତି ମୋର ସ୍ନେହ, ମମତା ଓ ଦରଦ ନାହିଁ ତାହାଲେ ଅସ୍ମିତା କିମ୍ବା ସ୍ୱାଭିମାନ କେଉଁଠି ରହିଲା? ଯାହାକୁ ଓଡ଼ିଶାବାସୀ ଭଲ ପାଇ ନିରଙ୍କୁଶ ଭାବେ ନିର୍ବାଚିତ କରି ଦୀର୍ଘ ୨୪ ବର୍ଷ ଧରି ରାଜସିଂହାସନରେ ବସାଇଲେ. ତାଙ୍କର ମାତୃଭାଷା ପ୍ରତି ଦରଦ ନଥିବା କାରଣରୁ ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ବ୍ୟଥା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୩ ବର୍ଷ ଶାସନରେ ରହିବି ଓଡିଆ ନକହି ପାରିବା ଓଡ଼ିଶାବାସୀଙ୍କ ମନକୁ କଷ୍ଟ ଦେବା ସହ ଆଘାତ ଦେଉଛି ।

ଆଜିବି ମୁଖ୍ୟମନ୍ତ୍ରୀ ଦୁଇପଦ ଓଡ଼ିଆରେ କଥା କହିବା ପାଇଁ ରୋମାନ ଇଂରାଜୀ ଲିପିର ସାହାଯ୍ୟ ଓ ସହଯୋଗ ନେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କହୁଛନ୍ତି । ତାଠାରୁ ବଡ ଦୁଃଖ ଓ ପରିତାପର ବିଷୟ କ’ଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଭାଷାଭିତିକ ରାଜ୍ୟ ଭାବେ ଓଡିଶା ହେଉଛି ପ୍ରଥମ ରାଜ୍ୟ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । ଗତ ୧ ତାରିଖ ଦିନ ପାଳିତ ହୋଇଥିବା ପବିତ୍ର ‘ଉତ୍କଳ ଦିବସ’ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସୁଆଣ୍ଡୋକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସମୟ ହେଲାନି ।

ଯାହାଙ୍କର ଗାଥା ଶୁଣିକି ବଡ ହୋଇଛେ ସେ ଜାଗାକୁ ଯିବା ପାଇଁ ଗୋଟିଏ ମିନିଟ୍‌ର ସମୟ ହେଲାନି ମୁଖ୍ୟମନ୍ତ୍ରୀଙ୍କୁ । ସେ ଏଥିପାଇଁ ନିଜ ପ୍ରତିନିଧି ଭାବେ ଜଣେ ନୀଳ ବର୍ଣ୍ଣ ଶୃଗାଳଙ୍କୁ ପଠାଇଲେ । କାହିଁକି ତାଙ୍କ ସରକାରରେ କ’ଣ ଯୋଗ୍ୟ ଲୋକ ନଥିଲେ ନା ମୁଖ୍ୟମନ୍ତ୍ରୀଙ୍କ ସମୟ ନଥିଲା? ସେହିପରି ବଡ ବଡ ଘୋଷଣା ଓ ହୋର୍ଡିଂ ଲଗାଇ ଭାଷା ସମ୍ମିଳନୀ ଆୟୋଜନ କରାଗଲା, କିନ୍ତୁ ଓଡିଆ ବରପୁତ୍ରଙ୍କ ନାମ ଠିକ୍‌ଭାବେ ଉଚ୍ଚାରଣ କରିପାରିଲେ ନାହିଁ । କାନ୍ତକବିଙ୍କୁ ‘କଣ୍ଠକବି’ ବୋଲି କହିବା ଆଜିର ଓଡ଼ିଆ ଭାଷାର ସ୍ଥିତି । ଏପରି କରି ରାଜ୍ୟ ସରକାର କେବଳ ମହାନ କବିଙ୍କୁ ଉପହାସ କରିନାହାନ୍ତି ବରଂ ଓଡିଆ ଭାବାବେଗକୁ କୁଠାରଘାତ କରିଛନ୍ତି ।

“ଭାଷା ଅତୀତର ଅସ୍ତିତ୍ୱ ଓ ଭାଷା ଭବିଷ୍ୟତ”, ଓଡିଆ ଭାଷା ଆଜି ସଂକଟରେ ! ଏହାଠୁ ବଡ ଦୁର୍ଭାଗ୍ୟ କଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଆ ଭାଷାର ସଠିକ ଉଚ୍ଚାରଣ ଏବଂ ସୁପ୍ରଚାର ଓ ପ୍ରସାର ପାଇଁ ଖୋଲାଯାଇଥିବା ଭାଷା ପ୍ରତିଷ୍ଠାନରେ ଦୀର୍ଘ ୧୦ ବର୍ଷ ଧରି ସଂଯୋଜକ ଏବଂ ସହସଂଯୋଜକ ପଦବୀ ଖାଲି ପଡିଛି । ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବା ସତ୍ୱେ ଏହାକୁ ଏକ କେବଳ ସାଙ୍କେତିକ ଭାଷା ଭଳି ପ୍ରୟୋଗ କରାଯାଉଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରି ଜନମାନସରେ ଆଦୃତ କରାଇବାର ଦାୟୀତ୍ୱ ଏବଂ କର୍ତବ୍ୟ ହେଉଛି ରାଜ୍ୟ ସରକାରଙ୍କ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା ପ୍ରତି ମୋହ, ମାୟା ଓ ମମତା ନଥିବା କାରଣରୁ ଆଜି ଓଡିଆ ଅସ୍ମିତା ଓ ସ୍ୱାଭୀମାନ ସଂକଟରେ ପଡିଛି । ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭୀମାନ ଆଜି ସଂକଟରେ । ଏଭଳି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ । ଭାରତୀୟ ଜନତା ପାଟି ଶାଣିତ ସ୍ୱର ଉଠାଇବା ସହ କୁଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଲଢେଇ ଜାରୀ ରଖିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

June 22, 2026
ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ – ସଫଳ ସାମାଜିକ ପୁନର୍ବାସ

ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ – ସଫଳ ସାମାଜିକ ପୁନର୍ବାସ

June 22, 2026
ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version