• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ୩ ଡ଼ାକ୍ତରଙ୍କୁ ନେଇ ଚାଲିଛି ରୋଗୀ ସେବା ନାହାନ୍ତି ଆବଶ୍ୟକ ଡ଼ାକ୍ତର ଓ କର୍ମଚାରୀ ; ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

Proprietor Abhimanyu Maharana by Proprietor Abhimanyu Maharana
July 30, 2020
in Uncategorized, ଓଡ଼ିଶା, ହୋମ୍
0
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ୩ ଡ଼ାକ୍ତରଙ୍କୁ ନେଇ ଚାଲିଛି ରୋଗୀ ସେବା ନାହାନ୍ତି ଆବଶ୍ୟକ ଡ଼ାକ୍ତର ଓ କର୍ମଚାରୀ  ; ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) ହିଞ୍ଜିଳିକାଟୁ :- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଡ଼ାକ୍ତରଖାନା ରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସାଙ୍ଗକୁ ରୋଗୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇବା ଲକ୍ଷଞରେ ଗତ ମାର୍ଚ୍ଚ ୨୦୧୩ରେ ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ କରାଯିବା ସହ ଗର୍ଭବତି ଓ ୧ବର୍ଷ ବୟସ୍କ ଶିଶୁ ମାନଙ୍କ ସକାଶେ ୧୦୨ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ଆରକେବିଏସ, ଆରୱାଇବିଏସ, ମମତା ଯୋଜନା ସାଙ୍ଗକୁ ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ବହୁ ଡ଼ାକ୍ତରଖାନାରେ ଡ଼ାକ୍ତର ଓ କର୍ମଚାର ଅଭାବେ ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରାିଗଣିତ ହିଞ୍ଜିଳିକାଟୁ ପୌରାଂଚଳରେ ଅବସ୍ଥାପିତ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଆବଶ୍ୟକ ଡ଼ାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୯୯୨ ମସିହାରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଲାଭ କରିଥିଲା ।

ପରବର୍ତି ସମୟରେ ୨୦୧୮ ମସିହା ଏପ୍ରିଲ ମାସରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଲାଭ କରିଥିଲା । ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଲାଭ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ହାତପାଣ୍ଠିରୁ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ନିର୍ମାଣ କରାଯାଇଛି ଯାହାକି ବର୍ତମାନ କୋଭିଡ଼-୧୯ ହସପିଟାଲ ଭାବରେ କାର୍ଯ୍ୟକ୍ଷମ ରହିଛି । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଉପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଓାରଣ ଚିକିତ୍ସା ସକାଶେ ନିର୍ଭର କରିଥାନ୍ତି । ପ୍ରତ୍ୟହ ୪ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ସକାଶେ ଆସୁଥିବା ଜଣାପଡ଼ିଛି । ବର୍ତମାନ ପରିସ୍ଥିତିରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଭୟ ଦେଖା ଦେଇଥିଲେ ମଧ୍ୟ ଦୈନିକ ୧୫୦ରୁ ୨୦୦ ଶହ ରୋଗୀ ଚିକିତ୍ସା ସକାଶେ ଆସୁଥିବା ଜଣାପଡ଼ିଛି । ଉପଖଣ୍ଡ ଚିକିତ୍ସାଳୟରେ ୧୯ ଜଣ ଡ଼ାକ୍ତର କାର୍ଯ୍ୟ କରିବା ସକାଶେ ନିୟମ ରହିଥିଲେ ମଧ୍ୟ ବର୍ତମାନ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ୯ ଜଣ ଡ଼ାକ୍ତରଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି । କାର୍ଯ୍ୟରତ ୯ ଜଣ ଚିକିତ୍ସକଙ୍କ ମଧ୍ୟରୁ ମାତ୍ର ୩ ଡ଼ାକ୍ତରଙ୍କ ମଧ୍ୟରେ ରୋଗୀ ସେବା ଚାଲୁଥିବା ଦେଖିବାକୁ ମିଳିଛି । ଭାରପ୍ରାପ୍ତ ଅଧିକ୍ଷକଙ୍କ ସମେ୍‌ତ ଅନ୍ୟ ଜଣେ ଡ଼ାକ୍ତର କରେନା ପଜିଟିଭ ଚିହ୍ନଟ ପରେ ଚିକିତ୍ସା ସକାଶେ କୋଭିଡ଼ -୧୯ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଶିଶୁ ବିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ଦୁର୍ଗାପ୍ରସାଦ ପଣ୍ଡା ସ୍ଥାନୀୟ କେରୟାଭିଡ଼-୧୯ ହସପିଟାଲର ନୋଡ଼ାଲ ମେଡ଼ିକାଲ ଦାୟିତ୍ୱରେ ରହିଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ଅସମ୍ଭବ ଭିଡ଼ ଯୋଗୁଁ ଗତ ୨ ଦିନ ଧରି କୋଭିଡ଼ ହସପିଟାଲ ସମେତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା କରୁଛନ୍ତି ।

୨ଡ଼ାକ୍ତରଙ୍କ ପରିବାର ସଦସ୍ୟ କରୋନରେ ସଂକ୍ରମିତ ଥିବାରୁ ଛୁଟିରେ ରହିଛନ୍ତି । ଦନ୍ତ ବିଭାଗୀୟ ଡ଼ାକ୍ତର କୋଭିଡ଼ କାର୍ଯ୍ୟରେ ନିଯୁକ୍ତି କରାଯାଇଛି ।୨୦୧୮ ମସିହାରେ ଅବସର ଗ୍ରହଣ କରିଥିବା ବରିଷ୍ଟ ଡ଼ାକ୍ତର ତଥା ପୂର୍ବତନ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ମାଧବ କୁମାର ସାହୁଙ୍କୁ ପୁନଃ ନିଯୁକ୍ତି କରାଯାଇଥିଲେ ମଧ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ୬୦ ବର୍ଷରୁ ଅଧିକ ବୟସ୍କ ବାହାରକୁ ବାହାରିବାକୁ ବାରଣ କରାଯାଇଥିଲେ ମଧ୍ୟ ଏଭଳି ଦୁର୍ଦ୍ଦିନ ସମୟରେ ଡ଼ାକ୍ତରଖାନାକୁ ଆସି ରୋଗୀ ସେବା ଜାରି ରଖିଥିଲେ ମଧ୍ୟ ଯଥେଷ୍ଟ ସମୟ ପାଇଁ ରୋଗୀ ସେବା କରିପାରୁନଥିବା ଜଣାପଡ଼ିଛି । ଏଭଳି କ୍ଷେତ୍ରରେ କେବଳ ୨ ମହିଳା ଡ଼ାକ୍ତର ସାଗରିକା ଭର୍ଦା ଓ ପ୍ରିୟଙ୍କା ଦାଶ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ସମ୍ଭାଳୁଥିବାର ଦେଖିବାକୁ ମିଳିଛି । ବର୍ଷଋତୁର ଆଗମନ ସାଙ୍ଗକୁ ମୌସୁମୀ ପ୍ରବେଶ ଫଳରେ ଜ୍ୱର, ଥଣ୍ଡା, କାଶ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ୨ ଡ଼ାକ୍ତର ୧୫୦ରୁ ୨୦୦ ଶହ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହେବା ସହ ବିରକ୍ତ ଭାବ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ବରିଷ୍ଟ ଡ଼ାକ୍ତର ମାଡଧବ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ବୟସାଧିକ ଯୋଗୁଁ ପ୍ରତ୍ୟହ ରୋଗୀ ସେବା କରିବା ପାଇଁ କଷ୍ଟକର ହୋଇପଡ଼ିଛି ଅନ୍ୟପକ୍ଷରେ କରୋନା

ମହାମାରୀ ଯୋଗୁଁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାରୁ ପ୍ରତ୍ୟହ ଡ଼ାକ୍ତରଖାନାକୁ ଯାଇ ରୋଗୀ ଚିକିତ୍ସା କରିବା ଅସମ୍ଭବ ହୋଇ ପଡ଼ିଛି । କେବଳ ଜରୁରୀ ରୋଗୀ ମାନେ ଚିକିତ୍ସା ସକାଶେ ଡ଼ାକ୍ତରଖାନାକୁ ଆସିବା କୁହାଯାଇଛି ସାଧାରଣ ରୋଗୀ ମାନେ ଫୋନ ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଛନ୍ତି । ମହାମାରୀ କରୋନା ସମୟରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାଜ୍ୟ ମୁଖିଆଙ୍କ ଗଡ଼ ଚିକିତ୍ସାଳୟରେ ଅବସ୍ଥା ଏଭଳି ହୋଇଥିବା ବେଳେ ସାରା ରାଜ୍ୟର ଡ଼ାକ୍ତରଖାନାର ଅବସ୍ଥା କଣ ହୋଇଥିବ , ତାହା ସହଜେ ଅନୁମେୟ । ଏଭଳି ସମୟରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ଡ଼ାକ୍ତର ଓ କର୍ମଚାରୀ ନିଯୁକ୍ତି କରିବା ସକାଶେ ଅଂଚଳବାସୀ ଦାବି କରିଛନ୍ତି । (ରିପୋର୍ଟ-ଶେଷଦେବ ସାହୁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version