• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବ ନାହିଁ : ବିଧାୟକଙ୍କୁ ନବୀନଙ୍କ ଆଶ୍ଵାସନା

Proprietor Abhimanyu Maharana by Proprietor Abhimanyu Maharana
July 30, 2020
in Uncategorized, ଓଡ଼ିଶା, ହୋମ୍
0
ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବ ନାହିଁ : ବିଧାୟକଙ୍କୁ ନବୀନଙ୍କ ଆଶ୍ଵାସନା
Share on FacebookShare on TwitterWhatsapp

ଦରମା ପାଇଁ ନୁହେଁ ଯୋଦ୍ଧାମାନେ ଲୋକଙ୍କ ଜୀବନ ରକ୍ଷା ପାଇଁ ମିଶନ ଭଳି ସେବା କରୁଛନ୍ତି
– ନିଜ ଅଞ୍ଚଳରେ କୋଭିଡ଼ ଯୋଦ୍ଧାଙ୍କ ଯତ୍ନ ନେବା, ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ପରାମର୍ଶ
– ମିଳିମିଶି ମୁକାବିଲା ଉପରେ ଜୋର ଦେଲେ ବିରୋଧୀ ଦଳ ନେତା
– ଗୃହ କମିଟି ଗଠନ ଲାଗି ଦାବି ରଖିଲେ କଂଗ୍ରେସ ବିଧାୟକ ଦଳ ନେତା

ଓଡିଶା ତାଜା ନ୍ୟୁଜ୍ (୩୦ ଜୁଲାଇ ଗୁରୁବାର) ପାରଳଖେମୁଣ୍ଡି :- ଲୋକଙ୍କ ଜୀବନ ହେଉଛି ଆମର ପ୍ରାଥମିକତା । ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ । ଖୁବ୍‍ ଦୃଢ଼ତାର ସହିତ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ୧୯ ସମ୍ପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ବିରୋଧରେ ଲଢ଼େଇରେ ସମ୍ବଳର ଅଭାବ ରହିବ ନାହିଁ । କୋଭିଡ଼ ଯୋଦ୍ଧାମାନେ ଦରମା ପାଇଁ ନୁହେଁ ଏହି ଲଢ଼େଇକୁ ଏକ ମିଶନ ଭାବେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନ ରାତି ସେବା ଯୋଗାଉଛନ୍ତି । ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡ଼ିଶା ପାଇଁ ପ୍ରେରଣା । ତ୍ୟାଗରେ ସେମାନଙ୍କ ଭିତରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ , ମା ରମା ଦେବୀ ଓ ପାର୍ବତି ଗିରି ଭଳି ମହାନ ଦେଶ ସେବକ ରହିଛନ୍ତି ।

ସେହି ଯୋଦ୍ଧାମାନଙ୍କ ତ୍ୟାଗକୁ ଓଡ଼ିଶା ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ । ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା , କଷ୍ଟସାଧ୍ୟ ଲଢ଼େଇରେ ସେମାନଙ୍କ ମନବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ । ଆଗ ଧାଡ଼ିରେ ରହି ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ଼ ଯୋଦ୍ଧାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇବା ସହିତ ସେମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଯୋଗୁଁ ଆଜି ଆମ ରାଜ୍ୟର ୧୮ହଜାର ଲୋକ କୋଭିଡ଼ରୁ ଆରୋଗ୍ୟ ଲାଭ କରିଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଅନ୍ୟ ରାଜ୍ୟ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ ।

ନିଜେ ଏବଂ ନିଜ ପରିବାର ଲୋକେ ସଂକ୍ରମିତ ହେବା ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମର ଯୋଦ୍ଧାମାନେ ଯେପରି ବିରତ୍ୱର ସହ ଗତ ୧୫୦ ଦିନ ହେଲା କାର୍ଯ୍ୟ କରିଚାଲିଛନ୍ତି ତାହାର ପଟାନ୍ତର ନାହିଁ । ଗତ ମାର୍ଚ୍ଚ ୧୩ରେ ରାଜ୍ୟ ବିଧାନସଭାରେ ତାଙ୍କ ତାଙ୍କ ସମ୍ବୋଧନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୃଥିବୀ ଇତିହାସରେ ବହୁତ କମ ସମୟ ମାନବ ଜାତି ତା କଳ୍ପନା ବାହାରେ ଏଭଳି ଏଲକ ଆହ୍ୱାନର ସମ୍ମୁଖୀନ ହୋଇଛି । ପ୍ରାୟ ଗତ ୫ମାସ ହେଲା ସାରା ବିଶ୍ୱର ବିଭିନ୍ନ ଦେଶକୁ ଏହି ମହମାରୀ ପ୍ରଭାବିତ କରିଛି । ଏପରିକି ଯେଉଁ ଦେଶଗୁଡ଼ିକ ମହାମାରୀରୁ ମୁକ୍ତ ହୋଇସାରିଥିଲେ ସେମାନେ ମଧ୍ୟ ପୁଣି ଥରେ ତାହା କବଳକୁ ଆସିଯାଇଛନ୍ତି । ଭାରତର ପ୍ରତ୍ୟେକ ରାଜ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ପ୍ରତି ଦୁଇ ଦିନରେ ୧ଲକ୍ଷ ନୂଆ ସଂକ୍ରମିତ ସୃଷ୍ଟି ହେଉଛନ୍ତି । ଭାରତ ଆଜି ବିଶ୍ୱର ତୃତୀୟ ସ୍ଥାନରେ ଅଛି । ଓଡ଼ିଶାରେ କୋଭିଡ଼ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିିଥିଲେ ଯେ ଯେତେବେଳେ ଅନ୍ୟ ରାଜ୍ୟର ଡାକ୍ତରଖାନାଗୁଡ଼ିକ କୋଭିଡ଼ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବି କାରୁଥିବାବେଳେ ଓଡ଼ିଶା ସରକାର ସବୁ କିଛି ମାଗଣାରେ ଯୋଗାଉଛନ୍ତି । ସାରା ବିଶ୍ୱରେ ଯେ କୌଣସି ଅଞ୍ଚଳରେ କୋଭିଡ଼ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ମିଳୁଛି ତାକୁ ଆମେ ଓଡ଼ିଶାରେ କାର୍ଯ୍ୟକାରୀ କରୁଛୁ ଏବଂ କେହି ଲୋକ ଯେପରି ଏହି ସୁବିଧାରୁ ବଞ୍ଚିତ ନହେବେ ସେଥିପାଇଁ ସବୁ କିଛି ମାଗଣାରେ ଯୋଗାଇଦେଉଛୁ ।

ଏହି ଅବସରରେ ପ୍ଲାଜମା ଚିକିତ୍ସା ପଦ୍ଧତିର ଉତ୍ସାହଜନକ ସଫଳତା ଏବଂ କୋଭିଡ଼ ଟିକା ସମ୍ପର୍କରେ ସେରମ ଇନଷ୍ଟିଚ୍ୟୁଟର ସିଇଓଙ୍କ ସହିତ ତାଙ୍କ ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଏହି ମହାମାରୀ ଦ୍ୱାରା ପୃଥିବୀର ପ୍ରତ୍ୟେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱସ୍ତରରେ ଅର୍ଥନୀତିକୁ ଏହା ବିପୁଳ ଭାବେ କ୍ଷତିଗ୍ରସ୍ତ କରିଛି । ଆମ ରାଜ୍ୟ ନୂଆ ଯୋଜନା ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି । ଅତୀତରେ ଓଡ଼ିଶା ଅନେକ ବିପର୍ଯ୍ୟୟର ମୁକାବିଲା କରିଛି । ପ୍ରତିକୂଳ ପରିସ୍ଥିତିରେ ମୁକାବିଲା କରିବା ଏବଂ ପୁଣି ଥରେ ଦୃଢ଼ ଭାବରେ ପୂର୍ବସ୍ଥିତିକୁ ଫେରି ଆସିବାର ଶକ୍ତି ପ୍ରତିଟି ଓଡ଼ିଆଙ୍କ ରକ୍ତରେ ରହିଛି । ମାହାମାରୀ ଚାଲିଯିବା ପରେ ଓଡ଼ିଶା ଅଧିକ ଦୃଢ଼ ଓ ସମୃଦ୍ଧ ଭାବରେ ତାହାର ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାପୋଷଣ କରିଥିଲେ । ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ଼ ଯୋଦ୍ଧାମାନଙ୍କ ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ସାଢ଼େ ୪କୋଟି ଓଡ଼ିଆଙ୍କୁ କୋଭିଡ଼ ନିର୍ଦେଶାବଳି ଅନୁପାଳନ କରିବା ପାଇଁ ନିବେଦନ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ୱ । ସରକାର କୋଭିଡ଼ ନିୟମାବଳିକୁ କାର୍ଯ୍ୟ କାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ । ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୋଧରେ ଲଢ଼େଇ କରିବା ପ୍ରତ୍ୟେକଙ୍କ ବ୍ୟକ୍ତିଗତ ଦାୟିତ୍ୱ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଧାୟକମାନଙ୍କୁ ସମ୍ବୋଧନ କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୧୩ରୁ କୋଭିଡ଼ ରୋଗ ସମ୍ପର୍କରେ ପ୍ରଥମେ ବିଧାନସଭାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କୋଭିଡ଼ ସମ୍ପର୍କରେ ସରକାରଙ୍କ ନିର୍ଦେଶାବଳିର କଡ଼ାକଡ଼ି ଅନୁପାଳନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋଭିଡ ନିୟନ୍ତ୍ରଣ ପାଇଁ ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କୋଭିଡ଼ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ଗୃହ କମିଟି ଗଠନ ଲାଗି ସରକାରଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟରେ କରୋନା ପରିଚାଳନା ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ । ଅର୍ଥନୀତିର ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଇଥିଲେ । ଦୁଇ ଜଣ କରୋନା ଯୋଦ୍ଧା ଜଣେ ଡାକ୍ତର ଓ ଜଣେ ଆଶା କର୍ମୀ ସେମାନଙ୍କ ଦୈନିକ କାର୍ଯ୍ୟକ୍ରମ , କାର୍ଯ୍ୟକ୍ଷେତ୍ରରେ ସେମାନେ ଅନୁଭବ କରିଥିବା ଦୈନନ୍ଦିନର ଆହ୍ୱାନ ଓ ବ୍ୟକ୍ତିଗତ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ବନ୍ଦ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version