୨୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ବଡଚଣା :-> ବଡଚଣା ପୋଲିସ ଦ୍ୱାରା ବଡ଼ଚଣା ଗଣ୍ଠି ଛକରୁ ବେଆଇନ ଚାନ୍ଦା ଆସୁଲ କରୁଥିବା ସମୟରେ ଶୁସାନ୍ତ ଧଳ ଓରଫ ବଳଦ ଗିରଫ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ଯ ଯେ ବଡଚଣା ଗଣ୍ଠି ଛକରେ ଆଶୁତୋଷ ସାମଲଙ୍କ ଏକ ଜନସେବା କେନ୍ଦ୍ର ଆଛି। ସେହି ଜନସେବା କେନ୍ଦ୍ରରୁ ରବିବାର ବଳଦ ଜବରଦସ୍ତ ଦୁଇ ହଜାର ଟଙ୍କା ଦାଦା ଚାନ୍ଦା ଅସୁଲ କରିଥିଲା ।
ଉକ୍ତ ଘଟଣା ବିଷୟରେ ଆଶୁତୋଷ ବଡଚଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ବଡଚଣା ଥାନାରେ ୧୬୦/୨୪ ଏକ ମାମଲା ରୁଜୁ କରି ୩୮୪ /୩୪ ଆଇପିସି ଧାରା ରେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ସଂଧ୍ୟାରେ ବଳଦକୁ ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ବଳଦ ନାମରେ ବଡଚଣା ଥାନାରେ ଆପରାଧୀକ ମାମଲା ଥିବା ଜଣାପଡ଼ିଛି ।















