No Result
View All Result
୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ନୂଆଗଡ଼ ଗ୍ରାମ ପଞ୍ଚାୟତର ସୁଜିତ କୁମାର ପାଣି ଜଣେ ଅସହାୟ ଗରୀବ ବ୍ୟକ୍ତି ଅଟେ । କିଛି ବର୍ଷ ପୂର୍ବେ ସେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଦୈନିକ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲି। ଆଶା ଥିଲା କିଛି ରୋଜଗାର କରି ଘରକୁ ଟଙ୍କା ପଠେଇବି, ଏହି ଆଶାରେ ଯାଇଥିଲେ ଚେନ୍ନାଇ ଦାଦନ ଖଟିବାକୁ, ସେହି ଆଶା ଆଶାରେ ହିଁ ରହିଗଲା । ଦୁର୍ଭାଗ୍ୟ ବଶତଃ ସେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମାତ ଭାବରେ ତାଙ୍କ ଡାହାଣ ହାତ ମିସିନରେ ଲାଗି ଯାଇଥିଲା ଯେଉଁ ଫଳରେ ତାଙ୍କ ଅଙ୍ଗୁଳି ଗୁଡ଼ିକ କଟି ଯାଇଛି ।
ବର୍ତ୍ତମାନ ଏହି ପରିସ୍ଥିତିରେ ନିତ୍ୟକର୍ମ ଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସବୁ ପାଇଁ ସ୍ତ୍ରୀ ଉପରେ ନିର୍ଭରଶୀଳ ଅଟେ। ସେ ଜଣେ ପେଷା ରେ ଦିନ ମଜୁରୀଆ ଶ୍ରମିକ ହୋଇଥିବାରୁ ଆଗ ଭଳି କୁଳି ମଜୁରୀ କାମକୁ ଦାଦନ ଖଟିବାକୁ ବାହାରକୁ ଯାଇପାରୁ ନାହାଁନ୍ତି। ନିଜ ପରିବାରର ଭରଣ ପୋଷାଣ କରିବା ପାଇଁ ଅନେକ କଷ୍ଟ ଅନୁଭବ କରୁଛନ୍ତି। ଏହି ପରିପେକ୍ଷୀରେ ସୁଜିତ କୁମାର ପାଣିଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ୨୫% ପ୍ରତିଶତ ରହିଥିବାରୁ, ଭିନ୍ନକ୍ଷମ ଭତ୍ତା ପାଇବରୁ ସେ ବଞ୍ଚିତ ଅଛନ୍ତି। ଏହି ଅସହାୟ ଗରୀବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରମାଣ ପତ୍ରକୁ ପ୍ରଶାସନ ପୁନଃ ବିଚାରକରି ସଂଶଧନ କଲେ, ଭିନ୍ନକ୍ଷମ ବ୍ୟକ୍ତି ସରକାରଙ୍କର ବହୁବିଧ ଯୋଜନା ଗୁଡ଼ିକର ଲାଭ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ବିବେଚିତ ହୋଇ ପାରିବେ।
ସୁଜିତ କୁମାର ପାଣିଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ବର୍ତ୍ତମାନ ୨୫% ଥିବାରୁ ଏହାକୁ ଅଧିକ ପ୍ରତିଶତକୁ ବୃଦ୍ଧି କରାଯାଉ ବୋଲି ଗଣମାଧ୍ୟମ କୁ ଭିନ୍ନକ୍ଷମ ବ୍ୟକ୍ତି ଅବଗତ କରାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ତାଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ରକୁ ଅଧିକ ପ୍ରତିଶତ ବୃଦ୍ଧି କରାଗଲେ ଏହି ଗରୀବ ପରିବାର ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନାରେ ଲାଭାର୍ଥୀ ହୋଇ ପାରିବେ। ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଗଜପତି ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହ ଯଥା ସମ୍ଭବ ଏହି ସମସ୍ୟା ର ସମାଧାନ କଲେ ଉକ୍ତ ଗରୀବ ପରିବାର ଉପକୃତ ହୋଇପାରିବେ।

No Result
View All Result