୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବେଗୁନିଆ ଅବକାରୀ ବିଭାଗ ଉପନିରୀକ୍ଷକ ଏନ ଜାଗିନ ରାଓଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢାଉ କରି ୬୪ ଲିଟର ଦେଶୀ ମଦ ଜବତ କରିଛି ।

ସୂଚନା ଅନୁଯାୟୀ ବେଗୁନିଆ ଅବକାରୀ ଥାନା ଅନ୍ତର୍ଗତ ପିଚୁକୁଳି ଆଦିବାସୀ ସାହିର ଅନନ୍ତ, ନାୟକ, ମଙ୍ଗରାଜପୁର ଗ୍ରାମର ଚରଣ ବେହେରା ଓ ପାଟପୁର ଗ୍ରାମର ହରି ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।














