୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଡଚଣା :-> ବଡଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ବାତୋ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଭସ୍ମୀଭୂତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ । ବୁଧବାର ରାତି ୮ଘଟିକା ସମୟରେ ଗୁଣନିଧି ରାଉତଙ୍କ ଚାଳ ଛପର ଘରେ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା
ଫଳରେ ଘର ଭିତରେ ଥିବା ଆସବାବପତ୍ର, ଟଙ୍କା, ସୁନା ରୂପା ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଲିଭାଇ ଥିବା ଜଣାପଡ଼ିଛି ।














