୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗ୍ରାମର ଗିରି ଗୋବର୍ଦ୍ଧନ ପାହାଡ ଉପରେ ନବ ନିର୍ମିତ ରାମମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ବୁଧବାର ଦିନ ହୋଇଛି।

ଅଭିଯୋଗକୁ ଭିତିକରି ଫତେଗଡ଼ ପୋଲିସ କେସ ନଂ-63/24ରେ ଏକ ଚୋରି ମାମଲା ୠଜ କରି ତଦନ୍ତ କରୁଥିବା ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କଠାରୁ ପ୍ରକାଶ. ଖବର ପାଇ ଖଣ୍ଡପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିମଳ ବାରିକ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି. !

ପୋଲିସ ସୂତ୍ରରୁ ପ୍ରକାଶ,ପ୍ରତ୍ୟେକ ଦିନ ପରି ବୁଧବାର ସକାଳ ସମୟରେ ମୁଖ୍ୟପୂଜକ ରାମଲାଲାଙ୍କ ବିଗ୍ରହ ପୂଜା କରିବା ପାଇଁ ଯାଇ ଦେଖିଲେ ମନ୍ଦିରର ମୁଖ୍ୟ ଫାଟକର ତାଲାଭଙ୍ଗା ଯାଇଛି। ମନ୍ଦିର ଭିତରକୁ ଯାଇ ଦେଖିଲେ ହୁଣ୍ଡି (ଦାନ ବାକ୍ସ)ର ତାଲାଭଙ୍ଗା ଯିବା ସହିତ ଷ୍ଟୋରଘର ସିନ୍ଦୁକ ଭାଙ୍ଗି ଠାକୁରଙ୍କ ନିତ୍ୟା ବ୍ୟବହାଯ୍ୟ ବସ୍ତ୍ର ଆଦି ଚୋରି କରିନେଇଛି।

କିନ୍ତୁ ଗର୍ଭଗୃହ କବାଟ ଭଙ୍ଗାଯାଇନି ବିଗ୍ରହମାନଙ୍କର ଅଳଙ୍କାର ସୁରକ୍ଷିତ ଅଛି.ସାଇଣ୍ଟିଫିକ ଟିମର ସନ୍ଧନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମନ୍ଦିର ଭିତରକୁ ନଯାଇ ମନ୍ଦିର ବାହାରୁ ତଦନ୍ତ କରି ଫେରି ଆସିଛି ! ମଙ୍ଗଳବାର ରାତିରେ ଝିପି ଝିପି ବର୍ଷା ହେବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରିଥିବା ବେଳେ ମନ୍ଦିରରେ ଏପର୍ଯ୍ୟନ୍ତ ସିସି ଟିଭି କାହିଁକି ଲାଗିନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି !














