• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତି ପ୍ରିୟ ପଖାଳ ଭୋଗ

Proprietor Abhimanyu Maharana by Proprietor Abhimanyu Maharana
March 21, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତି ପ୍ରିୟ ପଖାଳ ଭୋଗ
Share on FacebookShare on TwitterWhatsapp

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଣପୁର :-> ପ୍ରତିଓଡ଼ିଆଙ୍କ ପ୍ରିୟପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ । ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ଯ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ । ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ । ସେହିପରି ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ଭଗବତୀ ମଧ୍ୟ ପଖାଳପ୍ରିୟ । ତାଙ୍କ ଦୈନଦିନ ଭୋଗନୀତିକାନ୍ତିରୁ ଜଣାପଡେ । ପ୍ରଭୁଜଗନ୍ନାଥଙ୍କ ଛପନ ଭୋଗ ସାଥିରେ ପଖାଳ ନୈବେଦ୍ୟ ମିଶି ରହିଥିଲାବେଳେ ମା’ଭଗବତୀଙ୍କ ପ୍ରତ୍ୟହ ବଡ଼ସିଂହାର ଧୂପରେ କେବଳ ଦହିପଖାଳକୁ ମାଛଗୁଣ୍ଡି ଭଜା ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଲାଗି ହେବାର ପରମ୍ପରା କେଉଁ ଆଦିମକାଳରୁ ଚଳି ଆସିଛି ।

ସାଧାରଣତଃ ଓଡ଼ିଆ ପରିବାରରେ ମା’ଭଉଣୀମାନେ ଘରର ପୁରୁଷମାନଙ୍କ ଅପେକ୍ଷା ଅଧିକ ପଖାଳପ୍ରିୟ। ଦିନରେ ଦୁଇଓଳା ପଖାଳ ଖାଇବାକୁ ପସନ୍ଦ କରନ୍ତି । ପଖାଳ ସହିତ ମାଛ ହେଉବା ଶୁଖୁଆ ଭଜା ଚ଼ିଲିକା ଉପକୁଳିଆ ଅଞ୍ଚଳର ପ୍ରଧାନ ଖାଦ୍ୟ।ମଣିଷପରିଏଠି ଦେବୀ ମଧ୍ୟ ପଖାଳ ସହିତ ମାଛପୋଡ଼ା (ବଳିପୋଡା ) ମାଛଭଜା, ବିଶେଷ କରି ସୁପକାର ମାନଙ୍କଦ୍ଵାରା ପ୍ରସ୍ତୁତ ମାଛଗୁଣ୍ଡିଭଜା ମା’ଭଗବତୀଙ୍କ ପୀଠରେ ସ୍ୱାତନ୍ତ୍ରତା ବହନ କରେ | ଏଭଳି ନୈବେଦ୍ୟ ଏହିପୀଠଛଡ଼ା ଓଡ଼ିଶାର ଅନ୍ୟ କୌଣସୀ ଶକ୍ତିପୀଠମାନଙ୍କରେ ଦେଖିବାକୁ ମିଳେନାହିଁ । ଚିଲିକାରୁ ସଂଗୃହୀତ ସବାଖଇଙ୍ଗାମାଛ କୁନେଇ ଗୁଆଘିଅ, ମସଲା ଦେଇ ପ୍ରସ୍ତୁତ ହୁଏ ଏହି ମାଛ ଗୁଣ୍ଡିଭଜା । ବେଳେବେଳେ ଏଥିରେ କେବଳ ବାଇଗଣ ମିଶାଇ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ I

ଏହାର ସ୍ଵାଦ ନିଆରା।ମା’ଙ୍କ ସବୁଠାରୁ ଅତିପ୍ରିୟ ନୈବେଦ୍ୟ ଏହି ମାଛଗୁଣ୍ଡି ଭଜା ଯିଏ ଥରେ ପାଇଥାଏ ସେକେବେ ଭୁଲିପାରେ ନାହିଁ। ଏହି ପ୍ରିୟ ନୈବେଦ୍ୟ ଉପରେ ବାଣପୁର ଅଞ୍ଚଳରେ ପ୍ରଚଳିତ ଏକ ଲୋକକଥା ଏବେ ମଧ୍ୟ ଜନସ୍ମୃତିହୋଇ ରହିଛି।ବହୁଦିନ ତଳର କଥା ।ତଦନାନ୍ତିନ ବାଣପୁରର ରାଜା ମା’ଭଗବତୀଙ୍କ ସମସ୍ଥ ସେବାପୂଜା ଦାୟୀତ୍ୱ ଏହି ଅଞ୍ଚଳର ଏକ ବ୍ରାହ୍ମଣ ପରିବାର ହାତରେ ଟେକି ଦେଇ ତାଙ୍କୁ ପରୀଚ୍ଛାପଦବୀ ଅର୍ପଣ କରିପାରିକୁଦ ଚାଲିଗଲେ । ପରିଚ୍ଛା ସାଆନ୍ତ ଭାବରେ ପରିଚିତ ଏହି ପରିବାର ମା’ଭଗବତୀଙ୍କୁ ନିଜ ପରିବାରର ଝିଅ ଭାବରେ ବିଶ୍ୱାସ କରି ନିଷ୍ଠାର ସହିତ ତାଙ୍କ ସେବାପୂଜା କରିଆସୁଥିଲେ ।

ଏକଦା କୌଣସି ଏକ ଅପରାହ୍ନରେ ସାତ ଜଣ ଝିଅ ସାତଭଉଣୀ ଭାବରେ ବାଣପୁର ଦାଣ୍ଡରେ ଚାଲିଯାଉଯାଉସଂଧ୍ୟା ହୋଇଯିବାରୁ ପରିଚ୍ଛାଙ୍କ ଘରେ ଆଶ୍ରୟ ନେଲେ । ରାତିରେ ପରିଚ୍ଛା ସେମାନଙ୍କ ପାଇଁଖାଦ୍ୟପେୟ କଥା ପଚ଼ାରିବାରୁ ବଡ଼ ଭଉଣୀ ଆମେ ସମସ୍ତେ ପଖାଳ ଖାଇବୁ ବୋଲି କହିବାରୁ ପରିଚ୍ଛାଙ୍କସ୍ତ୍ରୀକୁଣିଆ ଝୀଅଙ୍କ ପାଇଁ ରାତିରେ ପଖାଳ ସହିତ ଏମିତି ଭାବରେ ଘିଅ ମସଲାରେ ଖଇଙ୍ଗ।ମାଛର ମାଛଗୁଣ୍ଡି ଭଜା ପ୍ରସ୍ତୁତ କରି ସାତଭଉଣୀଙ୍କୁ ବାଢ଼ିଦେଲେ ଯେ ସାତଭଉଣୀ ସନ୍ତୁଷ୍ଟମନରେ ପେଟପୁରାଇ ଖାଇ ରାତିରେ ପରିଛାଙ୍କ ଘର ସ୍ଵତନ୍ତ୍ର କୋଠରୀରେ ବିଶ୍ରାମ ନେଲେ । ରାତିପାହିଲା ।

ପରିଛାଙ୍କ ସ୍ତ୍ରୀକୋଠରୀ କବାଟ ଖୋଲି ଦେଖିଲାବେଳକୁ ଘରଖାଲିପଡ଼ିଛି,ଚନ୍ଦନ ଅଗୁରୁ ଝୁଣାରେ ମହମହ ବାସୁଛି। ଆଶ୍ଚର୍ଯ୍ୟ ହୋଇ ପରିଚ୍ଛାଙ୍କୁଡାକ ପକାଇ ସ୍ତ୍ରୀ କହିଲେ ଏମାନେ କୁଆଡ଼େ ଉଭାନ ହୋଇଗଲେ । ଏମାନେ ମଣିଷ ନୁହନ୍ତି ଦେବୀ କି ଦାନବୀ । ସତକୁ ସତ ସେହି ଦିନ ରାତିରେ ପରିଚ୍ଛାଙ୍କୁ ସ୍ୱପ୍ନାଦେଶ ହେଲା ।ମା’ଭଗବତୀ ସ୍ୱପ୍ନରେକହିଲେ “ଆମେ ସବୁ ସାତଭଉଣୀ ସାତଦେବୀ। ତୁମର ଆତିଥ୍ୟରେ ଆମେ ବହୁତ ଖୁସି । ତୁମେ ଆଜିଠାରୁ ଆମର ବାପଘର ପରି, ଆମକୁ ଆମର ପ୍ରିୟପଖାଳ ଓ ମାଛ ଗୁଣ୍ଡିଭଜା ସବୁଦିନ ଲାଗି କରାଇବ।

ଆମେ ତୁମକୁ ଆଶୀର୍ବାଦ କରୁଛୁ ତୁମର ସର୍ବମଙ୍ଗଳ ହେବ ।” ସେହିଦିନଠାରୁ ମା’ଭଗବତୀଙ୍କ ମନ୍ଦିରରେ ରାତ୍ର ଧୂପରେ କେବଳ ମା’ଙ୍କ ପ୍ରିୟଦହି ପଖାଳକୁ ମାଛ ଗୁଣ୍ଡି ଭଜା ଅର୍ପଣ କରିବାର ପରମ୍ପରା ଚଳିଆସିଛି । ମନ୍ଦିର ଭିତର ପୂଜା ସହିତ,ଆଶ୍ୱିନ ମାସର ଷୋଳପର୍ବରେ,ଫଗୁଣ ମାସର ଚ଼ାଚ଼େରୀଭୋଗ ସମୟରେ ବାପଘରଭାବରେ ପରିଚିତ ପରିଚ୍ଛାଙ୍କ ଦୁଆରେ ମା’ଭଗବତୀଙ୍କ ପ୍ରିୟ ଟଭାପତରର ପଖାଳତୋରାଣି ମାଛ ଗୁଣ୍ଡି ଭଜା ଏଯାବତ୍ ଭୋଗ ଲାଗିହେବାର ଏକ ନିଆରାପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି । ମା’ଙ୍କ ଏହି ଦୁର୍ଲଭ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଏବେ ମଧ୍ୟ ଦୋଳପୂର୍ଣ୍ଣିମା ଦିନକୁ ଅପେକ୍ଷା କରନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ

SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ

October 9, 2026
 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ୨୦୨୬ଅନୁଷ୍ଠିତ

 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ୨୦୨୬ଅନୁଷ୍ଠିତ

October 8, 2026
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ

October 8, 2026
୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ

୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ

SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ

October 9, 2026
 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ୨୦୨୬ଅନୁଷ୍ଠିତ

 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ୨୦୨୬ଅନୁଷ୍ଠିତ

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version