୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା : -> ଗତକାଲି ଅପରାହ୍ନରେ ବାଣିଗୋଛା ପୋଲିସ ପେଟ୍ରୋଲିଗଂ କରୁଥିବାବେଳେ , ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା ଥାନା ନିକଟସ୍ଥ ବାଣିବିରି ଘାଟି ନିକଟରେ, ପୋଲିସ ଗାଡିକୁ ଦେଖି , ଫୁଲବାଣୀ ରୁ ଆସୁଥିବା ଏକ ଗଂଜେଇ ଭର୍ତ୍ତି କାର୍ ଡ୍ରାଇଭର ହଡ଼ବଡେଇଯାଇ, ଜଙ୍ଗଲ ଭିତରକୁ ଫେରାର ହୋଇଯାଇଛି ।

ମାତ୍ର କାରରେ ଜଣେ ଯୁବତୀ ସାଇବାଣୀ କହଁର , ଥିବାବେଳେ ସେ ଜଙ୍ଗଲ ଭିତରକୁ ଖସି ଯାଉଥିବା ଦେଖି ପୁଲିସ ପିଛା କରିଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। କାର୍ (ଓଡି ୦୨ ସିବି ୩୧୧୨) କୁ ଏକ ଗଛ ମୂଳେ ରଖି ଡ୍ରାଇଭର ଏଭଳି ଚମ୍ପଟ ମାରିଥିବା କଥା ପ୍ରତ୍ୟକ୍ଷ ଦର୍ଶିକହିଥିବାବେଳେ, ଆଜି ଅଭିଯୁକ୍ତା ଯୁବତୀଙ୍କୁ କୋର୍ଟ ଚାଲାଣ କରାଯିବ ।














